30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୨୦୨୧ ମାର୍ଚ୍ଚରେ ବସ ଟର୍ମିନାଲ ଏବଂ ୨୦୨୨ ଜୁନ ମାସରେ ମେଡିକାଲ କଲେଜ ହସ୍‌ପିଟାଲ ହେବ...

୨୦୨୧ ମାର୍ଚ୍ଚରେ ବସ ଟର୍ମିନାଲ ଏବଂ ୨୦୨୨ ଜୁନ ମାସରେ ମେଡିକାଲ କଲେଜ ହସ୍‌ପିଟାଲ ହେବ କାର୍ଯ୍ୟକ୍ଷମ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଆଜି ଅପରାହ୍ନ ରେ ବଲାଙ୍ଗିରରେ ନିର୍ମାଣଧିନ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ଏବଂ ଅତ୍ୟାଧୁନିକ ବସ ଟର୍ମିନାଲର କାମ କିପରି ଚାଲିଛି ତାହା ଜାଣିବା ପାଇଁ ଉଭୟ ନିର୍ମାଣ ସ୍ଥଳିକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରିଦର୍ଶନରେ ଯାଇଥିଲେ । ପ୍ରକଳ୍ପ କାର୍ଯ୍ୟ ବହୁତ ଧିମା ଗତିରେ ଚାଲିଥିବାରୁ ଏହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ଗତ ବିଧାନସଭା ଅଧିବେଶନରେ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ କେବେ ସମ୍ପୁର୍ଣ୍ଣ ହେବ ପ୍ରଶ୍ନ ପଚାରିଥିଲେ । ତେବେ ଆଜି ପରିଦର୍ଶନ ସମୟରେ ,ମାର୍ଚ୍ଚ ୨୦୨୧ ସୁଦ୍ଧା ବସ୍ ଟର୍ମିନାଲ ଓ ୨୦୨୨ ଜୁନ ପର୍ଯ୍ୟନ୍ତ କାମ ସଂପୂର୍ଣ୍ଣ ହୋଇ ଏଠାରେ ସମସ୍ତ ଡାକ୍ତରଖାନା, ଷ୍ଟାଫ୍ କ୍ୱାଟର, ନର୍ସ ହଷ୍ଟେଲ କାର୍ଯ୍ୟକ୍ଷମ ହେବ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ସାଇଟ ଇଂଜିନିୟର ଇନ୍‌ଚାର୍ଜ ଆଶିଷ କର ଏବଂ ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିବା ସୂଚନା ମିଳିଛି ।


ପ୍ରକାଶ ଯେ, ମେଡିକାଲ କଲେଜ ଆରମ୍ଭ ହେଲା ପରେ ତାର ପାଇଁ ଦରକାର ହେଉଥିବା ଡାକ୍ତରଖାନା ଜିଲ୍ଲା ସଦର ମହକୁମା ର ମୁଖ୍ୟ ଡାକ୍ତରଖାନାରେ ଚାଲିଛି । ତାର ପାଇଁ ସ୍ୱତନ୍ତ୍ର ୬୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ନିର୍ମାଣ ଜାତୀୟ ସ୍ତର ନିର୍ମାଣ ସଂସ୍ଥା ଆଇରନ ଟ୍ରାଏଙ୍ଗେଲ ଲିଃ. ଦ୍ୱାରା ବହୁ ଜୋରସୋର ରେ ଚାଲିଛି । ସମୁଦାୟ ୧୮୦ କୋଟି ଟଙ୍କାର ଅଟକଳରେ ଆରମ୍ଭ ହୋଇଥିବା ଏହି ମେଡିକାଲ କଲେଜ ପରବର୍ତ୍ତି ସମୟରେ ବେଡ୍ ସଂଖ୍ୟା ବଢିଥିବା ତାହା ପରବର୍ତ୍ତି ସମୟରେ ପୁନଃ ଆକଳନ ହୋଇ ୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଯିବାର ଆକଳନ କରାଯାଇଛି । ବର୍ତ୍ତମାନ ନିର୍ମାଣ ହେଉଥିବା ସ୍ଥଳରେ ୬୫୦ ବେଡ୍ ର ହସ୍‌ପିଟାଲ , ଶବ ଗୃହ, ବିଦ୍ୟୁତ ସବ୍‌ଷ୍ଟେସନ, ଷ୍ଟାଫ୍ କ୍ୱାଟର ତଥା ନର୍ସ ହଷ୍ଟେଲ ପ୍ରଭୃତି ନିର୍ମାଣ ହେବ । ସେ ସବୁର ନିର୍ମାଣ ସ୍ଥଳ ତଥା ସାଇଟ ମ୍ୟାପ ସହିତ ତାର ନିର୍ମାଣ ବାବଦରେ ମାନ୍ୟବର ବିଧାୟକ ଶ୍ରୀ ମିଶ୍ରଙ୍କୁ ସାଇଟ ଇଂଜିନିୟର ଇନ୍‌ଚାର୍ଜ ଆଶିଷ କର ଏବଂ ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଥିଲେ । ଏହା ୨୦୨୨ ଜୁନ ପର୍ଯ୍ୟନ୍ତ କାମ ସଂପୂର୍ଣ୍ଣ ହୋଇ ଏଠାରେ ସମସ୍ତ ଡାକ୍ତରଖାନା, ଷ୍ଟାଫ୍ କ୍ୱାଟର, ନର୍ସ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଥିଲେ । ପରେ ଶ୍ରୀ ମିଶ୍ର ସହରର ୨୦ ନଂ. ୱାର୍ଡରେ ନିର୍ମାଣଧିନ ଅତ୍ୟାଧୁନିକ ବସ ଟର୍ମିନାଲ ସ୍ଥଳ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ ହାଉସିଂ ବୋର୍ଡର ଯନ୍ତ୍ରୀ ପ୍ରକଳ୍ପର ସବିଶେଷ ତଥ୍ୟ ଦେବା ସହ ଆସନ୍ତା ମାର୍ଚ୍ଚ ମାସରେ ଏହା ସମ୍ପୁର୍ଣ୍ଣ ହେବ ବୋଲି କହିଥିôଲେ । ସେହିପରି ବସ୍ ଟର୍ମିନାଲରେ ସର୍ବମୋଟ ୩୬ଟି ବସ ରହିବା ପାଇଁ ବ୍ୟବସ୍ଥା ଥିବା ଏହି ବସ ଟର୍ମିନାଲରେ ୧୧କୋଟି ୩୮ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି ଯେଉଁଥିରେ କି ୮ କୋଟି ୩୩ ଲକ୍ଷ ଟଙ୍କା ମଞ୍ଜୁରି ହୋଇସାରିଛି ବୋଲି ଉପସ୍ଥିତ ଥିବା ଯନ୍ତ୍ରୀ ଶୁଭ ପ୍ରକାଶ ସାହୁ ସୂଚନା ଦେଇଥିଲେ । ଉଭୟ ପ୍ରକଳ୍ପ ଯେମିତି ଠିକ୍ ସମୟରେ ସମ୍ପୁର୍ଣ୍ଣ ହେବ ଏବଂ କାମର ମାନକୁ ନେଇ କୌଣସି ପ୍ରକାର ସାଲିସ ଯେମିତି ନ ହେବ ସେ ଉପରେ ଧ୍ୟାନ ଦେବାକୁ ଦାୟିତ୍ୱରେ ଥିବା ନିର୍ମାଣ ସଂସ୍ଥା, ନିର୍ବାହୀଯନ୍ତ୍ରୀ ଏବଂ ପୋଲିସ ହାଉସିଂ ବୋର୍ଡର କନିଷ୍ଠ ଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking