32.8 C
Bhubaneswar
Wednesday, June 17, 2026
Homeଦେଶ ବିଦେଶମହାରାଷ୍ଟ୍ରରେ ବିଶ୍ବାସଘାତକତାର ପରାଜୟ : ମୋଦୀ

ମହାରାଷ୍ଟ୍ରରେ ବିଶ୍ବାସଘାତକତାର ପରାଜୟ : ମୋଦୀ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାଯୁତି ମେଣ୍ଟର ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଉତ୍ସବ ମନାଇଛି ବିଜେପି । ଏହି ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହା ହେଉଛି ମିଛ, ଛଳ ଓ ବିଶ୍ବାସଘାତକତାର ପରାଜୟ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କିଛି ଲୋକ ପ୍ରତାରଣା ମାଧ୍ୟମରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମହାରାଷ୍ଟ୍ରର ଲୋକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ସୁଯୋଗ ମିଳିବା ମାତ୍ରେ ସେହି ପାପକୁ ଦଣ୍ଡିତ କରିଥିଲେ।

ମୋଦୀ କହିଛନ୍ତି ଯେ ଯେତେବେଳେ ସୁଶାସନ କଥା ଆସେ, ଦେଶ କେବଳ ବିଜେପି ଏବଂ ଏନଡିଏ ଉପରେ ଭରସା କରେ । କ୍ରମାଗତ ୩ ଥର ବିଜେପିକୁ ଜନାଦେଶ ଦେବାରେ ମହାରାଷ୍ଟ୍ର ହେଉଛି ଷଷ୍ଠ ରାଜ୍ୟ। ଏହା ପୂର୍ବରୁ ଗୋଆ, ଗୁଜରାଟ, ଛତିଶଗଡ଼, ହରିୟାଣା ଓ ମଧ୍ୟପ୍ରଦେଶରେ ଲଗାତାର ୩ ଥର ବିଜୟୀ ହୋଇଛି। ବିହାରରେ ମଧ୍ୟ ଏନଡିଏକୁ ଲଗାତାର ୩ ଥର ଜନାଦେଶ ମିଳିଛି ଏବଂ ମୋତେ ଲଗାତାର ୩ ଥର ଏହି ସୁଯୋଗ ମଧ୍ୟ ଦିଆଯାଇଛି । ସେ କହିଛନ୍ତି ଯେ ମହାରାଷ୍ଟ୍ରର ଲୋକେ ବିକାଶ, ସୁଶାସନ ଓ ସମାଜିକ ନ୍ୟାୟକୁ ଭୋଟ ଦେଇଛନ୍ତି ଓ ମିଛ, ଛଳ ଓ ବିଶ୍ବାସଘାତକତାର ପରାଜୟ ହୋଇଛି । ଗତ ୫୦ ବର୍ଷରେ ମହାରାଷ୍ଟ୍ରରେ ଯେକୌଣସି ମେଣ୍ଟ ପାଇଁ ଏହା ସବୁଠାରୁ ବଡ଼ ବିଜୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking