39.1 C
Bhubaneswar
Friday, April 26, 2024
Homeଓଡିଶା୩୦ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର: ଶାନ୍ତିରାଜ ଖୋସଲାଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର

୩୦ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର: ଶାନ୍ତିରାଜ ଖୋସଲାଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର

ଭୁବନେଶ୍ୱର : ୩୦ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଭୁବନେଶ୍ୱର ଉତ୍କଳ ମଣ୍ଡପରେ ପ୍ରଦାନ କରାଯାଇଛି । ଶ୍ରେଷ୍ଠ ଚଳଚ୍ଚିତ୍ର ସମେତ ବିଭିନ୍ନ ବର୍ଗରେ ମୋଟ ୬ଟି ପୁରସ୍କାର ହାସଲ କରିଛି । ‘ଭିଜା ମାଟିର ସ୍ୱର୍ଗ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏଥିଲାଗି ଏହାର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯାଇଛି । ଏହାର ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି ।

ବିଶିଷ୍ଟ ନାଟ୍ୟକାର, ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଓ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନ ଜନକ ଜୟଦେବ ପୁରସ୍କାର ଦିଆଯାଇଛି । ଉତ୍କଳ ମଣ୍ଡପରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶ୍ରୀ ମିଶ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସମାରୋହରେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ । ଏଥି ସହ ବିଭିନ୍ନ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି ମନୋନୀତ ହୋଇଥିବା ସିନେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଠିକ ସେହିପରି ମିହିର ଦାସ ଶ୍ରେଷ୍ଠ ଅଭିନେତା ଓ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ଶାନ୍ତିରାଜ ଖୋସଲା ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ବସନ୍ତରାଜ ସାମଲ ଶ୍ରେଷ୍ଠ ଗୀତିକାର, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ କରୁଣାକର ଏବଂ ଶ୍ରେଷ୍ଠ ଗାୟିକା ଭାବେ ଅନ୍ତରା ଚକ୍ରବର୍ତ୍ତୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଶ୍ରେଷ୍ଠ କାହାଣୀକାରଭାବେ ଡି ନିରଞ୍ଜନ ରେଡ୍ଡୀ ଏବଂ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ରଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking