31.1 C
Bhubaneswar
Friday, March 29, 2024
Homeଓଡିଶାବନ୍ଦୀର ଫାଶି ଦଣ୍ଡାଦେଶ ଶୁଣି ଆଖି ବୁଜିଲେ ସାଥୀ କଏଦୀ

ବନ୍ଦୀର ଫାଶି ଦଣ୍ଡାଦେଶ ଶୁଣି ଆଖି ବୁଜିଲେ ସାଥୀ କଏଦୀ

କେନ୍ଦୁଝର : କେନ୍ଦୁଝର ଜେଲ୍‌ରେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାଥୀ ବନ୍ଦୀର ମୃତ୍ୟୁ ଦଣ୍ଡାଦେଶ ଶୁଣି ଜଣେ ବିଚାରାଧୀନ କଏଦୀର ହୃଦଘାତରେ ମୃତ୍ୟୁ ଘଟିଥିବାର ଜଣା ପଡିଛି । ମୃତକ ଜଣକ ହେଲେ ତୁରୀ ମୁଣ୍ଡା । ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତୁରୀ ଜେଲ୍‌ରେ ଥିଲେ । ଆଜ ସକାଳୁ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗତକାଲି କେନ୍ଦୁଝର ଜେଲ୍‌ରେ ବନ୍ଦୀ ଥିବା ସୁନିଲ ନାଏକକୁ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶି ଦଣ୍ଡାଦେଶ ମିଳିଥିଲା । ସୁନିଲ ଭଳି ତାଙ୍କୁ ବି ଫାଶି ହୋଇଯିବ ବୋଲି ଭାବି ତୁରୀଙ୍କ ମୃତ୍ୟୁ ହୋଇଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ଅଧିକ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ଜେଲ୍ ଅଧୀକ୍ଷକ। ତୁରୀଙ୍କ ପରିବାର ଲୋକେ ପହଞ୍ଚି ନ ଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking