29.1 C
Bhubaneswar
Friday, May 17, 2024
Homeମନୋରଞ୍ଜନଆଖି ବୁଜିଲେ ବଙ୍ଗାଳୀ ଅଭିନେତା ଅଭିଷେକ

ଆଖି ବୁଜିଲେ ବଙ୍ଗାଳୀ ଅଭିନେତା ଅଭିଷେକ

କୋଲକାତା: ବଙ୍ଗଳା ସିନେ ଜଗତର ଜଣାଶୁଣା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଗତ କିଛି ଦିନରୁ ତାଙ୍କ ଅସୁସ୍ଥ ଥିବା ବେଳେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଭିଷେକ । ପ୍ରସଞ୍ଜିତ ଚାଟାର୍ଜୀ ଏବଂ ସନ୍ଧ୍ୟା ମୁଖାର୍ଜୀଙ୍କ ସହ ନିଜ ସିନେମା କ୍ୟାରିୟର ଆରମ୍ଭ କରିଥିଲେ । ତେବେ ଆଜି ତାଙ୍କ ଦେହାନ୍ତରେ ସାରା ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

କୋଲକାତାର ବରାନଗରରେ ଜନ୍ମଲାଭ କରିଥିଲେ ଅଭିଷେକ । ତରୁଣ ମଜୁମଦାରଙ୍କ ନିର୍ଦ୍ଦେଶିତ ‘ପଥଭୋଲ’ ଚଳଚ୍ଚିତ୍ରରୁ ଅଭିଷେକ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିନେମାର ନିଜ ଅଭିନୟର ଦକ୍ଷତାରେ ସମସ୍ତଙ୍କୁ ନିଜର କରି ନେଇଥିଲେ ସେ । ଏହାପରେ ଆଉ ପଛକୁ ଫେରି ଚାହିଁ ନଥିଲେ ଅଭିଷେକ । ଗୋଟିଏ ପରେ ଗୋଟିଏ ହିଟ ସିନମୋ ସେ ଭେଟି ଦେଇ ଚାଲିଲେ । ଫିରିଏ ଦାବ, ଜାମାଇବାବୁ, ନୟନେର ଆଲୋ, ବାରୀବାଲୀ, ମଧୁର ମିଲନ, ମାୟେର ଆଞ୍ଚଲ, ଆଲୋ ଏବଂ ୱାନ ଭଳି ଅନେକ ହିଟ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । କିନ୍ତୁ ଗତ କିଛି ଦିନରୁ ଅସୁସ୍ଥ ହୋଇ ପଡିଥିଲେ ଅଭିଷେକ । ଦୀର୍ଘ ଦିନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଲୋକପ୍ରିୟ ଅଭିନେତା ଅଭିଷେକ । ତାଙ୍କ ବିୟୋଗରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking