ନୂଆଦିଲ୍ଲୀ: ମାତ୍ର ୪୦ ଟଙ୍କା ପାଇଁ କୋଟିପତି ହେଲେ ଦିନ ମଜୁରିଆ । ୪୦ ଟଙ୍କା ଖର୍ଚ୍ଚ କଲେ ଆଉ ଗୋଟିଏ ଦିନରେ କୋଟିପତି ହେଲେ । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଜଣେ ବ୍ୟକ୍ତି ଦିନ ମଜୁରିଆ ଭାବେ କାମ କରୁଥିଲ । ଆଉ ସେ ଛେଳି ଚରାଇବାକୁ ବାହାରକୁ ଯାଇଥିଲେ । କିନ୍ତୁ ଓ ଯେତେବେଳେ ଘରକୁ ଫେରିଥିଲେ ସେତେବେଳେ ସେ କୋଟିତି ବନିଯାଇଥିବା ଜାଣିବାକୁ ପାଇଥିଲେ । ତାହା କେବଳ ସମ୍ଭବ ହୋଇପାରିଥିଲା ୪୦ ଟଙ୍କା ପାଇଁ । ଏହା ପରେ ତାଙ୍କ ଖୁସି କହିଲେ ନସରେ । ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହେବା ପରେ ଅନେକ ଲୋକେ ତାଙ୍କ ଘରକୁ ଶୁଭେଚ୍ଛା ଦେବାକୁ ଆସିଥିଲେ ବୋଲି ଜଣାପଡ଼ିଛି। ତେବେ କିଛି ଘଣ୍ଟା ମଧ୍ୟରେ କୋଟିପତି ହେବାର ସ୍ବପ୍ନ ଲଟେରୀ ମାଧ୍ୟମରେ ହିଁ ସଫଳ ହୋଇପାରିଥିଲା। ଲଟେରୀ ଜିତିଥିବା ବ୍ୟକ୍ତିଙ୍କ ନାମ ଭାସ୍କର ମାଜୀ ବୋଲି ଜଣାପଡ଼ିଛି। ଭାସ୍କର ଅନ୍ୟର ଧାନ ବିଲରେ କାମ କରିବା ସହ ଛେଳି ଚରାଇବା କାମ କରନ୍ତି। ଦୀର୍ଘ ୧୦ବର୍ଷ ଧରି ସେ ଲଟେରୀ ଟିକେଟ କିଣୁଥିଲେ। ହେଲେ କେବେ ବି ଜିତୁନଥିଲେ। ଲଟେରୀ ଜିତୁନଥିଲେ ମଧ୍ୟ ସେ ଟିକେଟ କିଣିବା ବନ୍ଦ କରିନଥିଲେ। ରବିବାର ସକାଳେ ସେ ସବୁଥର ଭଳି ୪୦ଟଙ୍କା ଦେଇ ଲଟେରୀ ଟିକେଟ କିଣିଥିଲେ ଏବଂ ଛେଳି ଚରାଇବାକୁ ଚାଲିଯାଇଥିଲେ। ହେଲେ ଘରେ ପହଞ୍ଚିବା ପରେ ତାଙ୍କର ୧୦ବର୍ଷର ଅପେକ୍ଷାର ଏଭଳି ଅନ୍ତ ହେବ ବୋଲି ସେ ଭାବିନଥିଲେ। ଘରେ ପହଞ୍ଚିବା ପରେ ୧କୋଟି ଟଙ୍କାର ଲଟେରୀ ଜିତିଥିବା ଜାଣି ଭାସ୍କରଙ୍କ ଖୁସିର ଠିକଣା ରହିନଥିଲା।