30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଜିମ୍ବାୱେରେ ବିମାନ ଦୁର୍ଘଟଣା, ଭାରତୀ ବ୍ୟବସାୀଙ୍କ ପରିବାର ସମେତ ୬ମୃତ୍ୟୁ

ଜିମ୍ବାୱେରେ ବିମାନ ଦୁର୍ଘଟଣା, ଭାରତୀ ବ୍ୟବସାୀଙ୍କ ପରିବାର ସମେତ ୬ମୃତ୍ୟୁ

ନୂଆଦିଲ୍ଲୀ: ଜିମ୍ବାୱେରେ ବିମାନ ଦୁର୍ଘଟଣାଗସ୍ତ ହୋଇ ଭାରତୀ ଉଦ୍ୟୋଗୀଙ୍କ ସମତେ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଛି । ଏହା ସହ ଅନ୍ୟ ୪ ଜଣ ଅର୍ଥାତ୍ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଜଚନା ମିଳିଛି । ଦକ୍ଷିଣ ଜିମ୍ବାୱେର ଏକ ହୀରା ଖଣି ନିକଟରେ ଏହି ବିମାନ ଦୁର୍ଘଟଣା ହୋଇଛି । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଅଘଟଣ ଘଟିଛି । ତେବେ ଏହି ଦୁର୍ଘଟଣାରେ ଜଣେ ଭାରତୀୟ କୋଟିପତି ଖଣି ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଜିମ୍ବାୱେର ଏକ ନ୍ୟୁଜ୍ ଏବଂ ମିଡିଆ ୱେବସାଇଟ୍ ‘ଇହରା’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମାଶାଭାର ଜଓ୍ଵାମାହାଣ୍ଡେ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସୁନା ଓ କୋଇଲା ଉତ୍ପାଦନ କରୁଥିବା ଏକ ଖଣି କମ୍ପାନି ରିଓଜିମ୍‌ର ମାଲିକ ହରପାଲ ରନ୍ଧାଓ୍ଵାଙ୍କ ସମେତ ତାଙ୍କ ପୁଅ ଏବଂ ଅନ୍ୟ ୪ ଜଣଙ୍କର ମୃତ୍ୟୁ ଘଟିଛି। ରିଓଜିମ୍‌ର ମାଲିକାନାରେ ଥିବା ସେସ୍ନା-୨୦୬ ବିମାନ ହରାରେରୁ ମୁରୋଆ ହୀରା ଖଣି ଅଭିମୁଖେ ଯାଉଥିବା ବେଳେ ଶୁକ୍ରବାର ଏହି ଦୁଃଖଦ ଘଟଣା ଘଟିଛି। ରିଓଜିମ୍‌ର ଆଂଶିକ ମାଲିକାନାରେ ଥିବା ମୁରୋଆ ଡାଇମଣ୍ଡସ୍ ଖଣି ନିକଟରେ ଏକ ଇଞ୍ଜିନ ବିଶିଷ୍ଟ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଘଟିବା ଫଳରେ ମଝି ଆକାଶରେ ବିସ୍ଫୋରଣ ହୋଇଥିଲା ଏବଂ ଏହା ପରେ ଜ୍ୱାମାହାଣ୍ଡ ଅଞ୍ଚଳରେ ଥିବା ପିଟର ଫାର୍ମରେ ବିମାନଟି ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୪ ଜଣ ବିଦେଶୀ ଏବଂ ଅନ୍ୟ ଦୁଇ ଜଣ ଜିମ୍ବାେଓ୍ଵ ନାଗରିକ। ୨୯ ତାରିଖ ସକାଳ ସାଢ଼େ ୭ଟାରୁ ସକାଳ ୮ଟା ମଧ୍ୟରେ ଏହି ବିମାନ ଦୁର୍ଘଟଣା ଘଟିଥିବା ଜିମ୍ବାେଓ୍ଵ ରିପବ୍ଲିକ୍ ପୁଲିସ ସୂଚନା ଦେଇଛି। ମୁରୋଆ ଡାଇମଣ୍ଡ କମ୍ପାନି (ରିଓଜିମ୍‌) ମାଲିକାନାରେ ଥିବା ଧଳା ଓ ଲାଲ ରଙ୍ଗର ଜ୍‌କମ୍ ବିମାନ ସକାଳ ୬ଟାରେ ହରାରେରୁ ଖଣି ଅଭିମୁଖେ ବାହାରିଥିଲା ଏବଂ ମଶାଓ୍ଵାଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking