31.1 C
Bhubaneswar
Wednesday, April 29, 2026
Homeଓଡିଶାବିଭିନ୍ନ ଅପରାଧିକ ମାମଲାରେ ୭ ଅଭିଯୁକ୍ତ ଗିରଫ

ବିଭିନ୍ନ ଅପରାଧିକ ମାମଲାରେ ୭ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ବିଭିନ୍ନ ଅପରାଧିକ ମାମଲା ସହିତ ଜଡ଼ିତ ୭ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ବ୍ରହ୍ମପୁର ପୁଲିସ ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ଠାରୁ ଗୁଳି, ବନ୍ଧୁକ, ଟଙ୍କା ଆଦି ସାମଗ୍ରୀ ଜବତ ହୋଇଛି।  ପୁଲିସ କହିଛି, ବିଭିନ୍ନ ଅପରାଧିକ ମାମଲା ସହିତ ଜଡ଼ିତ ଅଭିଯୁକ୍ତମାନେ ଗୋଷାଣୀନୂଆଗାଁ ଓ ବୈଦ୍ୟାନାଥପୁରରେ ଚଳପ୍ରଚଳ କରୁଥିବା ନେଇ ସୂଚନା ମିଳିଥିଲା। ଅଭିଯୁକ୍ତମାନେ ଅପରାଧିକ କାର୍ଯ୍ୟ ପାଇଁ ଯୋଜନା କରୁଥିବା ମଧ୍ୟ ପୁଲିସ ଜାରିବାକୁ ପାଇଥିଲା। ଏହି ଆଧରରେ ଗୋଷାଣୀନୂଆଗାଁ ଓ ବୈଦ୍ୟନାଥପୁର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ମିଳିତ ଚଢ଼ାଉ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking