37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶତୃତୀୟ ପର୍ଯ୍ୟାୟ ଭୋଟିଂ ପରେ ମମତା କ’ଣ କହିଲେ ପଢନ୍ତୁ

ତୃତୀୟ ପର୍ଯ୍ୟାୟ ଭୋଟିଂ ପରେ ମମତା କ’ଣ କହିଲେ ପଢନ୍ତୁ

ନୂଆଦିଲ୍ଲୀ: ବଙ୍ଗଳାରେ ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି । ତୃତୀୟ ପର୍ଯ୍ୟାୟ ଭୋଟିଂ ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ନିଜ ବିଜୟ ନେଇ ଦାବି କରିଛନ୍ତି । ଉତ୍ତର ବଙ୍ଗଳାର କୃଚବିହାରରେ ନିର୍ବାଚନ ପ୍ରଚାରରେ ମମତା କହିଛନ୍ତି, ତୃତୀୟ ପର୍ଯ୍ୟାୟ ଭୋଟିଂ ପରେ ଆମକୁ ପୁରା ବିଶ୍ୱାସ ରହିଛି ଯେ ଟିଏମସି ଜିତିବ । ବିଜେପି ଷ୍ଟାଡିୟମରୁ ବାହାରୁଛି । ଜନସଭାକୁ ସମ୍ବୋଧିତ କରି ମମତା କୃଚବିହାରରେ ପିଏମ ନରେନ୍ଦ୍ର ମୋଦିଙ୍କ ସଭାକୁ ବି ଟାର୍ଗେଟ କରିଥିଲେ ।
କହିରଖୁଛୁ ଯେ, ମଙ୍ଗଳବାର ପିଏମ ନରେନ୍ଦ୍ର ମୋଦି କୃଚବିହାରରେ ଜନସଭା କରିଥିଲେ ଏବଂ ବିଜେପି ସରକାର କରିବା ପାଇଁ ବଙ୍ଗଳା ଜନତାଙ୍କୁ ଅପିଲ କରିଥିଲେ । ଏହାସହିତ ମୋଦି ବିଜେପିର ବିଜୟ ନେଇ ମଧ୍ୟ କହିଥିଲେ । ଆଜି ମମତା ବାନାର୍ଜୀ ପିଏମ ମୋଦିଙ୍କ ବାର୍ତ୍ତା କୁ ଟାର୍ଗେଟ କରିଥିଲେ । କହିଥିଲେ, କୃଚବିହାରରେ ସେ ବିକାଶ କଥା କହୁଛନ୍ତି । ହେଲେ କିଛି କରିବେନି । କେବଳ ମିଛ ପ୍ରତିଶୃତି ଦେଉଛନ୍ତି । ଆରଟିଆଇରୁ ବି ତାଙ୍କ ମିଛର ପର୍ଦ୍ଦାଫାସ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking