26.1 C
Bhubaneswar
Friday, March 29, 2024
Homeଓଡିଶାସ୍ପେଶାଲ ଡ୍ରାଇଭ: ୨୪ ଲକ୍ଷ ଜରିମାନା ଆଦାୟ

ସ୍ପେଶାଲ ଡ୍ରାଇଭ: ୨୪ ଲକ୍ଷ ଜରିମାନା ଆଦାୟ

ଭୁବନେଶ୍ୱର: କୋଭିଡ କଟକଣା ଉଲ୍ଲଂଘଂନ ନେଇ ପୋଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି । ୨୪ ଘଣ୍ଟାରେ ୨୭ ଜଣ ଗିରଫ ହୋଇଥିବା ବେଳେ ୮୭୦ ଗାଡି ଜବତ କରିଛି ପୋଲିସ । ଦିନକରେ ୨୪ ଲକ୍ଷ ୯୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ୨୪ ଘଣ୍ଟାର ଯାଂଚ ତଥ୍ୟ ନେଇ ପୋଲିସ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ଦିଆଯାଇଛି ।
ଅନ୍ୟପଟେ ଆଜି ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀସ୍ଥିତ ଅକ୍ସଫୋର୍ଡ ଇଂଜିନିୟରିଂ କଲେଜ ମଧ୍ୟ ସିଲ୍ ହୋଇଛି । କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ବିଏମସି ସିଲ୍ କରିଥିବା ଜଣାପଡିଛି । ସେହିଭଳି ଭୁବନେଶ୍ୱର ରାମ ମନ୍ଦିର ପରିସରରେ ଥିବା କନଫରେନ୍ସ ହଲ୍ ବି ସିଲ୍ ହୋଇଛି । ସେଠି ମଧ୍ୟ କୋଭିଡ କଟକଣା ଉଲ୍ଲଂଘନ ହୋଇଥିବା ଜଣାପଡିବା ପରେ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହଲରେ ଏକ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ କଟକଣା ଉଲ୍ଲଂଘନ ହୋଇଥିଲା । ପାର୍ଟି ଆୟୋଜକଙ୍କୁ ୫ ହଜାର ଜରିମାନା କରିଛି ବିଏମସି ।
ଦିନକୁ ଦିନ ରାଜ୍ୟରେ କରୋନା ଗ୍ରାଫ ବଢିବାରେ ଲାଗିଛି । କିଛି ଦିନ ମଧ୍ୟରେ ସଂକ୍ରମଣ ଏତେ ମାତ୍ରାରେ ବ୍ୟାପିବାରେ ଲାଗିଛି ଯେ, କରୋନା ଲମ୍ବା ଡିଆଁ ମାରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି ରାଜ୍ୟରୁ ୭୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ମହାମାରୀ କରୋନା ବିସ୍ତାର ରୋକିବା ପାଇଁ ଅନେକ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking