28.1 C
Bhubaneswar
Wednesday, April 24, 2024
Homeବିଜିନେସ୍ଆଇଫୋନ ଓ ଆଣ୍ଡ୍ରଏଡ ଟେନସନ ଦୂର କରିବ ହ୍ୱାଟସଆପର ନୂଆ ଫିଚର

ଆଇଫୋନ ଓ ଆଣ୍ଡ୍ରଏଡ ଟେନସନ ଦୂର କରିବ ହ୍ୱାଟସଆପର ନୂଆ ଫିଚର

ନୂଆଦିଲ୍ଲୀ: ଫେସବୁକ ଅଧିନତ୍ୱ ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟସଆପ ନିଜ ବ୍ୟବହାରକାରୀଙ୍କ ପାଇଁ ସମୟ ସମୟରେ ନୂଆ ଅପଡେଟ୍ ଆଣିଥାଏ । ହ୍ୱାଟସଆପ ଆଗାମୀ କିଛି ଦିନରେ ଏକ ନୂଆ ଫିଚର ଆଣିବାକୁ ଯାଉଛି । ରିପୋର୍ଟ ଅନୁସାରେ, ଚାଟ୍ ହିଷ୍ଟ୍ରି ମାଇଗ୍ରେସନ ଫିଚର ସାହାଯ୍ୟରେ ବ୍ୟବହାରକାରୀ ଆଣ୍ଡ୍ରଏଡରୁ ନିଜ ଚାଟ ହିଷ୍ଟ୍ରିକୁ ଆଇଓଏସକୁ ଟ୍ରାନ୍ସଫର କରିପାରିବେ । ହ୍ୱାଟସଆପର ଏହି ଫିଚର ବର୍ତମାନ ଟେଷ୍ଟିଂରେ ରହିଛି ।
ଏହି ଫିଚର ଲଂଚ ହେବା ପରେ ବ୍ୟବହାରକାରୀ ନିଜ ହ୍ୱାଟସଆପକୁ ଅପଡେଟ କରିଏହି ଫିଚରର ଉପଯୋଗ କରିପାରିବେ ।
ଚାଟ୍ ହିଷ୍ଟ୍ରି ମାଇଗ୍ରେସନ ଫିଚର ଲଂଚ ହେବା ପରେ ଉପଭୋକ୍ତାଙ୍କୁ ଥାର୍ଡ ପାର୍ଟି ଏପସ ଭଳି ହ୍ୱାଟସଆପ ପ୍ଲସର ଉପଯୋଗ କରିବା ଆବଶ୍ୟକ ପଡିବନି । ହ୍ୱାଟସଆପ ମଲ୍ଟି ଡିଭାଇସ ଫିଚରର ବି ବର୍ତମାନ ଟେଷ୍ଟିଂ ଚାଲିଛି । ଏହି ଫିଚର ସାହାଯ୍ୟରେ ବ୍ୟବହାରକାରୀ ଅନେକ ଡିଭାଇସରେ ହ୍ୱାଟସଆପ ଲଗଇନ କରିପାରିବେ । ଏହାସହିତ ଫୋନ ବିନା ଇଂଟରନେଟ କନେକ୍ଟ କରି ହ୍ୱାଟସଆପ ୱେବ ଉପଯୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking