29.1 C
Bhubaneswar
Monday, June 16, 2025
Homeସ୍ୱାସ୍ଥ୍ୟଲାଭକାରୀ ଆଖୁରସ

ଲାଭକାରୀ ଆଖୁରସ

ଭୁବନେଶ୍ୱର: ସାଧାରଣତଃ ଖରା ଦିନେ ବେଶିମାତ୍ରାରେ ସମସ୍ତେ ଆଖୁ ରସ ପିଇବାକୁ ପସନ୍ଦ କରନ୍ତି । ସେହି ସମୟରେ ଆଖୁ ରସର ଚାହିଦା ଅଧିକ ରହିଥାଏ । ଏହା ପେଟକୁ ଥଣ୍ଡା ରଖିଥାଏ । ହେଲେ ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ, ଆଖୁ ରସ ଆମ ଶରୀରରେ ଅନେକ ପ୍ରକାର ରୋଗ ଦାଉରୁ ରକ୍ଷା ମଧ୍ୟ କରିଥାଏ । ସେଥିପାଇଁ ଖରା ଦିନ ବ୍ୟତୀତ ଅନ୍ୟ ସମୟରେ ବି ଆଖୁ ରସ ପିଇବା ଲାଭକାରୀ ହୋଇଥାଏ । ଏହା ପିଇଲେ ଆମର କଣ କଣ ଲାଭ ହୋଇଥାଏ, ଆସନ୍ତୁ ଜାଣିବା ।
ଆଖୁ ରସ ଜଣ୍ଡିସ ରୋଗୀଙ୍କ ପାଇଁ ବହୁ ଉପକାରୀ ହୋଇଥାଏ। ଏହାର ପାନ ଦ୍ୱାରା ଶରୀରର ଜଣ୍ଡିସ ଜୀବାଣୁର ପ୍ରଭାବ କମ ହେବାର ଦେଖା ଯାଇଥାଏ। ଆଖୁ ରସରେ ଲେମ୍ବୁ ଏବଂ ଲୁଣ ମିଶାଇ ପିଅନ୍ତୁ। ଏହାଦ୍ୱାରା ଜଣ୍ଡିସ ଦୂର ହୋଇଥାଏ।
କେବଳ ଖରାଦିନେ ନୁହେଁ ଶୀତ ଦିନରେ ମଧ୍ୟ ଆଖୁରସ ଶରୀର ପାଇଁ ଉପକାରୀ ହୋଇଥାଏ। ଏହା ଦ୍ୱାରା ଥଣ୍ଡା ଜ୍ୱର ମଧ୍ୟ ଦୂର ହୁଏ।
ଆଖୁ ରସ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଟିକେ ପରିଶ୍ରମ କରିବା ଦ୍ୱାରା ନିଶ୍ୱାସ ନେବା କିମ୍ବା ଶରୀରରେ ଯନ୍ତ୍ରଣା ଆଦି ଅନୁଭବ ହେଉଥିଲେ ଆଖୁ ରସ ନିହାତି ପିଇବା ଦରକାର। ଏହାଦ୍ୱାରା ଶରୀରରେ ଉର୍ଜା ସୃଷ୍ଟି ହେବା ସହ ଶରୀର ଫୁର୍ତ୍ତି ରହିଥାଏ।
ସୌନ୍ଦର୍ଯତା ବୃଦ୍ଧି ଏବଂ ବ୍ରଣ ସମସ୍ୟା ଦୂର କରିବାରେ ମଧ୍ୟ ଆଖୁରସ ସହାୟତା ହୋଇଥାଏ।
ପେଟରେ ଷ୍ଟୋନ୍‌ ସମସ୍ୟା ପାଇଁ ଆଖୁ ଖାଇବା ଅତ୍ୟନ୍ତ ଭଲ। କିଛି ଦିନ ନିୟମିତ ଭାବେ ସକାଳେ ଆଖୁକୁ ଦାନ୍ତରେ ଚୋବାଇ ତାର ରସ ସେବନ କରନ୍ତୁ।
ମଧୁମେହ ରୋଗୀଙ୍କ ପାଇଁ ଆଖୁ ରସ ଖୁବ୍ ଉପକାରୀ। ଏହା ରକ୍ତର ଗ୍ଲୁକୋଜ ମାତ୍ରାକୁ ସମାନ ରଖିଥାଏ। ଏହା ଆପଣଙ୍କ ଶରୀରକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥାଏ।
ଆଖୁ ରସ ଦ୍ୱାରା ଏସିଡ଼ିଟି କମ ହୋଇଥାଏ। ପେଟ ଜଳାଇବା ଏବଂ କାଟିବା କମ ହେବା ସହ ଶରୀରରେ ଚିନି ଏବଂ ଜଳୀୟ ଅଂଶର ପରିମାଣକୁ ନିୟନ୍ତ୍ରିତ ରଖିଥାଏ ଆଖୁ ରସ।
ଯଦି ଆପଣଙ୍କର ବାନ୍ତି ହେଉଛି ତେବେ ଗୋଟେ ଗ୍ଲାସ ଆଖୁରସରେ ମହୁ ମିଶାଇ ପିଅନ୍ତୁ। ବାନ୍ତି ବନ୍ଦ ହୋଇଯିବ।
ଯଦି ଆପଣଙ୍କୁ ମୂତ୍ରାଶୟ ସଂକ୍ରମଣ ସମସ୍ୟା କିମ୍ବା ପ୍ରାଇଭେଟ ଅଂଶରେ ଜଳାପୋଡ଼ା ସମସ୍ୟା ଥାଏ ତେବେ ଆଖୁ ରସ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଆଖୁ ରସରେ ଡାଇୟୁରେଟିକ୍ ଗୁଣ ରହିଛି । ମୂତ୍ରାଶୟ ସଂକ୍ରମଣ ସହିତ ଜଡିତ ଅନେକ ସମସ୍ୟାକୁ ସମାଧାନ କରିବାର ଏହା ସାହାଯ୍ୟ କରିଥାଏ ।
ସାଧାରଣତଃ ଶରୀରର ରକ୍ତହୀନତାକୁ ଏନିମିଆ । ଏଥି ସହିତ, ଚିକିତ୍ସା ଅବସ୍ଥାରେ ଏହାକୁ ଲାଲ ରକ୍ତ କଣିକା ହ୍ରାସ କୁହାଯାଏ । ଆଖୁ ରସରେ ପ୍ରଚୁର ପରିମାଣରେ ଆଇରନ ରହିଛି । ତେଣୁ ଶରୀରରେ ରକ୍ତ ଅଭାବ ପାଇଁ ଆଖୁ ରସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking