23.1 C
Bhubaneswar
Friday, January 10, 2025
Homeସ୍ୱାସ୍ଥ୍ୟଲିମ୍ବ ପତ୍ରର ଉପକାରିତା

ଲିମ୍ବ ପତ୍ରର ଉପକାରିତା

ଭୁବନେଶ୍ୱର: ନିମ୍ବ ଏକ ଏମିତି ପତ୍ର ଯାହା ସବୁ ରୋଗ ଦୂର କରିବାରେ ସହାୟକ ହୋଇଥାଏ । ସମସ୍ତେ ଏହି ପତ୍ରର ଉପକାରିତା ବିଷୟରେ ଜ୍ଞାତ ନଥିବେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଲିମ୍ବ ପତ୍ର ସମସ୍ତ ପ୍ରକାରର ସମସ୍ୟାକୁ ସହଜରେ ସମାଧାନ କରିଦିଏ । ପାଟିକୁ ଏହା ପିତା ଲାଗେ ସତ । ମାତ୍ର ପେଟ ପାଇଁ ଏହା ସବୁଠୁ ବେଷ୍ଟ । ତାହେଲେ ଚାଲନ୍ତୁ ଜାଣିବା ଲିମ୍ବ ପତ୍ର ଦ୍ୱାରା ଆପଣ କଣ ସବୁ ଫାଇଦା ପାଇପାରିବେ ।
ପ୍ରଥମେ ତ ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ୫ରୁ ୬ଟି ଲିମ୍ବ ପତ୍ର ଖାଆନ୍ତୁ । ପ୍ରତିଦିନ ଏପରି କଲେ ଆପଣଙ୍କର ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ନିମ୍ୱ ପତ୍ର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। ତେଣୁ କ୍ୟାନସର ରୋଗୀଙ୍କ ପାଇଁ ଏହା ଖୁବ୍‌ ଉପକାରୀ। ନିମ୍ୱ ଖାଇଲେ କ୍ୟାନସର ରୋଗୀଙ୍କ ଶରୀରରେ କୋଷ ବିଭାଜନ କମ୍‌ ହୋଇଥାଏ। ଯାହା କେମୋଥେରାପିରେ ସାହାଯ୍ୟ କରିଥାଏ। ନିମ୍ୱ କାଠିରେ ଦାନ୍ତ ଘଷିଲେ ଦାନ୍ତ ମୂଳ ମଜବୁତ୍‌ ହୋଇଥାଏ। ଏଥିରେ ଥିବା ଆଣ୍ଟିମାଇକ୍ରୋବିୟାଲ୍‌ ଗୁଣ ଦାନ୍ତ ସଫା କରିବା ସହିତ ପାଇରିଆକୁ ଭଲ କରିଥାଏ। ଆପଣ ଚାହିଁଲେ ନିମ୍ୱ କାଠିରେ ଟୁଥ୍‌ପେଣ୍ଟ ଲଗାଇ ମଧ୍ୟ ଘଷି ପାରିବେ। ଯଦି ଆପଣଙ୍କର ମୁହଁରେ ବ୍ରଣ ସମସ୍ୟା ରହିଛି, ତେବେ ନିମ୍ୱ ପତ୍ର ବାଟି ଲଗାନ୍ତୁ। ଏଥିରେ ଥିବା ଜୀବାଣୁରୋଧି ଗୁଣ ବ୍ରଣ ଭଲ କରିଥାଏ। ସେତିକି ନୁହେଁ, ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମୁହଁର କଳା ଦାଗକୁ ଭଲ କରିଥାଏ। ଅଳ୍ପ ନିମ୍ୱ ପତ୍ର ଆଣି ପାଣିରେ ଫୁଟାନ୍ତୁ। ଏହି ପାଣି ଥଣ୍ଡା ହୋଇଯିବା ପରେ ଏଥିରେ ମୁହଁ ଧୁଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking