34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଧାନର ଅଭାବୀ ବିକ୍ରି ଓ ଟୋକନ ସମସ୍ୟା ନେଇ ଆସନ୍ତା ୨୫ରୁ ପଶ୍ଚିମ ଓଡ଼ିଶାରୁ ...

ଧାନର ଅଭାବୀ ବିକ୍ରି ଓ ଟୋକନ ସମସ୍ୟା ନେଇ ଆସନ୍ତା ୨୫ରୁ ପଶ୍ଚିମ ଓଡ଼ିଶାରୁ କିଷାନ କଂଗ୍ରେସର ଆନ୍ଦୋଳନ ଡାକରା

ଭୁବନେଶ୍ୱର, ତା ୨୧/୧୧- ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ନଭେମ୍ବର ପ୍ରଥମ ସପ୍ତାହରୁ ଚାଷୀ ଧାନ ଅମଳ କରି ବିକିବାକୁ ତୟାର ଥିବା ବେଳେ ସରକାରଙ୍କ ପକ୍ଷରୁ ଟୋକନ ପ୍ରଦାନର ଅବ୍ୟବସ୍ଥା ଯୋଗୁଁ ଚାଷୀ ଅଭାବୀ ଧାନ ବିକ୍ରିର ସ୧ୁଖିନ ହେଉଛନ୍ତି । ଯେଉଁ ଚାଷୀ ଧାନ ଅମଳ କରିଛନ୍ତି ସେମାନଙ୍କ ପାଖକୁ ଟୋକନ ପହୁନାହିଁ ଏବଂ ଯେଉଁ ଚାଷୀ
ଧାନ ଅମଳ କରି ନାହାନ୍ତି ସେମାନଙ୍କ ପାଖକୁ ଟୋକନ ପôହବା ଫଳରେ ଏହି ଅଳରେ ଧାନ ବିକ୍ରୟ କରିବା ସମସ୍ୟା ଜଟିଳ ହୋଇପଡ଼ିଛି । ଯାହାକି ଏହା ସରକାରଙ୍କ ତୃଟିପୂର୍ଣ୍ଣ ଧାନ ସଂଗ୍ରହ ନୀତିରେ ବିଫଳତାର ଏକ ନିଚ୍ଛକ ନମୁନା ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ
କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ଓ କର୍ମର୍କାମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ସରକାର ଗତବର୍ଷ ଏକ କାଳୀନ ଥରେ ଟୋକନ ଇସ୍ୟୁରେ ୧୦୦ କ୍ୱିାଲ ଧାନ କ୍ରୟ କରିଥିବା ବେଳେ ଚଳିତବର୍ଷ ୭୫ କ୍ୱିାଲ ଧାନ କ୍ରୟ କରୁଥିବା ଅତ୍ୟନ୍ତ କ୍ଷୋଭର ବିଷୟ । ଚାଷୀ ମଣ୍ଡିକୁ ଆଣିଥିବା ବଳକା ଧାନ ବିକ୍ରି କରିବେ କିପରି ବୋଲି
ଶ୍ରୀ ପଟନାୟକ ସରକାରଙ୍କୁ ପ୍ରଶ୍ନ କରଛନ୍ତି । ଟୋକନ ଅବଧି ଚଳିତ ଥର ୧ ମାସ ରଖାଯାଇଥିବା ବେଳେ ସରକାର ଠିକଣା ସମୟରେ ଧାନ ନ କିଣିଲେ ଚାଷୀ କରିବେ କଣ? ଅନେକ ମଣ୍ଡିରେ ମଧ୍ୟ ଭିିଭୂମି ନାହିଁ । ସରକାରଙ୍କ ଘୋଷିତ ମଣ୍ଡିରେ ନିୟମ ପ୍ରକାରେ ଚାଷୀଙ୍କ ପାଇଁ କୌଣସି ସହାୟତା ନ ମିଳିବା ଅତ୍ୟନ୍ତ ଦୁଃର୍ଭାଗ୍ୟର ବିଷୟ । ଏଫ୍‌.ଏ.କ୍ୟୁ ଆଳରେ ପ୍ରତି ବସ୍ତାରେ ୩ କେଜିରୁ ୫ କେଜି ପର୍ଯ୍ୟନ୍ତ ଧାନ କଟଣୀ ଛଟଣୀ କରାଯାଉଛି । ବିଶେଷ କରି ହୀରାକୁଦ ସେଚାଳର ଚାଷୀ ରବି ଚାଷ ପାଇଁ ପ୍ରସ୍ତୁତ ବେଳେ ଗତ ଖରିଫ ଧାନ ଟୋକନ ସମସ୍ୟା ନେଇ ଧାନ ଉଠି ପାରୁ ନ ଥିବା ହେତୁ ଚାଷୀ ବାଧ୍ୟ ହୋଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏଣୁ ରାଜ୍ୟ ସରକାର ତୁରନ୍ତ ଉପରୋକ୍ତ ସମସ୍ୟାଗୁଡ଼ିକର ସମାଧାନ ନ କଲେ ଆସନ୍ତା ୨୫ ତାରିଖଠାରୁ ପ୧⁄୨ିମ ଓଡ଼ିଶାରୁ କିଷାନ କଂଗ୍ରେସ ପକ୍ଷରୁ କୃଷକ ଆନ୍ଦୋଳନ ଯୋଗଦାର କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ପ…ନାୟକ ଏକ ସାମ୍ବାଦିକ ସ୧ିଳନୀରେ କହିଛନ୍ତି ।
ସେହିପରି ଧାନ କ୍ରୟ କ୍ଷେତ୍ରରେ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସୁନି୧⁄୨ିତ କରିବା, ଯଦି ଏଥିରୁ କୌଣସି ସଂସ୍ଥା ଓ ବ୍ୟକ୍ତି ଚାଷୀଙ୍କଠାରୁ ଏମ୍‌.ଏସ.ପିଠାରୁ କମ୍ ଦାମରେ ଧାନ କ୍ରୟ କରନ୍ତି ସେମାନଙ୍କ ପାଇଁ ଅର୍ଥଦଣ୍ଡ ଓ କାରାଦଣ୍ଡରେ ଦଣ୍ଡିତ କରିବା ନିମନ୍ତେ ଚଳିତ ବିଧାନସଭାରେ ସ୍ୱତବ ଆଇନ ପ୍ରଣୟନ କରିବାକୁ କିଷାନ କଂଗ୍ରେସ ପକ୍ଷରୁ ଦୃଢ଼ ଦାବୀ
କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ସର୍ବଶ୍ରୀ ଶଶି ଭୂଷଣ ପାତ୍ର, ଉପାଧ୍ୟକ୍ଷ ସୁବାଷ ରାଉତ, ସାଇ ପ୍ରସାଦ ପାତ୍ର, ଜିଲ୍ଲା ସଭାପତି ବୃନ୍ଦାବନ ଖଟେଇ, ନିରଞ୍ଜନ ବେହେରା, ଭାଗିରଥି ସାହୁ, ଧ୍ରୁବ ଚରଣ ପରିଡ଼ା, ଦଶରଥ ସିଂ, ମକର ପ୍ରଧାନ, ରଘୁନାଥ ପଲିଆ, ପଦ୍ମଚରଣ ସାହୁ, ବସନ୍ତ ମହାରଣା, ଅରବିନ୍ଦ ସାମଲ,
ଯଶୋଦା ନନ୍ଦନ ସିଂହ, ନରେନ୍ଦ୍ର କୁମାର ପାଇଟାଳ, ତାପଷ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିନିଜ ନିଜ ଜିଲ୍ଲାର ଚାଷ ଓ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking