30.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସୋଲାର ଯୋଜନାକୁ କ୍ୟାବିନେଟ ଅନୁମତି, ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି

ସୋଲାର ଯୋଜନାକୁ କ୍ୟାବିନେଟ ଅନୁମତି, ମିଳିବ ୩୦୦ ୟୁନିଟ ମାଗଣା ବିଜୁଳି

ନୂଆଦିଲ୍ଲୀ :ଆଜି ପ୍ରଧାନମନ୍ତ୍ରୀ ନବୀକରଣ ଯୋଗ୍ୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନା ଅଧୀନରେ ଛାତ ଉପରେ ସୋଲାର ସିଷ୍ଟମ ବ୍ୟବସ୍ଥା ପାଇଁ ୧ କୋଟି ପରିବାରକୁ ୭୮ ହଜାର ଟଙ୍କା ଯାଏ ସହାୟତା ଯୋଗାଇ ଦିଆଯିବ। ଏହାଦ୍ୱାରା ସେମାନେ ମାସିକ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ପାଇପାରିବେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କେନ୍ଦ୍ର କ୍ୟାବିନେଟ ଆଜି ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ଅନୁମୋଦନ ଦେଇଛି। ଏହି ଯୋଜନା ପାଇଁ ୭୫,୦୨୧ କୋଟିର ବ୍ୟୟବରାଦ ହୋଇଛି। ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାରକୁ ଲଞ୍ଚ କରିଥିଲେ।ଶ୍ରୀ ଠାକୁର ଆହୁରି କହିଛନ୍ତି, ଲୋକଙ୍କୁ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି ମଳିବ। ଏହାବାଦ ଲୋକମାନେ ବାର୍ଷିକ ୧୫ ହଜାର ଟଙ୍କାର ଫାଇଦା ପାଇବେ। ୨ କିଲୋୱାଟ ଯାଏ ସୋଲାର ପ୍ଲାଣ୍ଟ ପାଇଁ ସରକାର ୬୦% ସବସିଡି ଦେବେ। ଏହାପରେ ଯଦି ଆଉ ଗୋଟିଏ କିଲୋୱାଟ ବୃଦ୍ଧି କରିବେ, ତା’ହେଲେ ୪୦% ସବସିଡି ମିଳିବ। ପ୍ରତି ପରିବାରକୁ ସୋଲାର ପ୍ଲାଣ୍ଟ ବ୍ୟବସ୍ଥା କରିବା ପାଇଁ ସରକାର ପ୍ରାୟ ୭୮ ହଜାର ଟଙ୍କାର ସବସିଡି ଯୋଗାଇ ଦେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking