29.1 C
Bhubaneswar
Saturday, May 4, 2024
Homeମନୋରଞ୍ଜନଖିଲାଡୀ କୁମାରଙ୍କ ମହାନତା , ଆଶ୍ରମକୁ ଦାନ କଲେ ୧ କୋଟି

ଖିଲାଡୀ କୁମାରଙ୍କ ମହାନତା , ଆଶ୍ରମକୁ ଦାନ କଲେ ୧ କୋଟି

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଖେଲ ଖେଲ ମେଁ’ର ସୁଟିଂ ଉଦୟପୁରର ବିଭିନ୍ନ ଅଞ୍ଚଳରେ ଚାଲିଛି। ଏହାରି ଭିତରେ ଅଭିନେତା ଅକ୍ଷୟ କୁମାର ସୁଟିଂ ଅଧାରୁ ହଠାତ୍ ତାଙ୍କ ପିତା ହରିଓମଙ୍କ ନାମରେ ଉଦୟପୁରରେ ନିର୍ମିତ ‌ହୋଇଥିବା ଆଶ୍ରମରେ ଯାଇ ପହଞ୍ଚିଥିଲେ। ପୂର୍ବରୁ କୌଣସି ଯୋଜନା ନଥିବା ବେଳେ ହଠାତ ଆଶ୍ରମରେ ଅକ୍ଷୟଙ୍କୁ ଦେଖି ପିଲା ଠାରୁ ବଡ଼ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅକ୍ଷୟ ଆଶ୍ରମରେ ପହଞ୍ଚି ସେଠାରେ ରହୁଥିବା ପିଲାମାନଙ୍କ ସହିତ କିଛିସମୟ ବିତାଇବା ପରେ ଫଟୋ ଉଠାଇଥିଲେ। ଏଥିସହିତ ଆଶ୍ରମରେ ଅକ୍ଷୟ ଆଳତୀ ମଧ୍ୟ କରିଥିଲେ। କେବଳ ଏତିକି ନୁହେଁ, ସେ ୧ କୋଟି ଟଙ୍କା ଦାନ କରିବା ସହିତ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେତୁ ଜମି ଦେଖିବା ପାଇଁ ପରିଚାଳକଙ୍କୁ କହିଛନ୍ତି। ହରିଓମ୍ ଆଶ୍ରମ ସହିତ ଅକ୍ଷୟଙ୍କ ସମ୍ପର୍କ ଗତ ୨ବର୍ଷ ହେବ ଯୋଡ଼ି ହୋଇ ରହିଛି। ବନବାସୀ କଲ୍ୟାଣ ପରିଷଦର ରାଜ୍ୟ ଉପାଧ୍ୟକ୍ଷ ଜଗଦୀଶ ଯୋଶୀ ଏକଦା ତାଙ୍କ ପୁଅକୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ। ସେଠାକୁ ଅକ୍ଷୟ କୁମାର ବି ଯାଇଥିଲେ। ଏହି ସମୟରେ ଜଗଦୀଶ ଅକ୍ଷୟଙ୍କୁ କହିଥିଲେ ପିଲାଙ୍କ ଏକ ଆଶ୍ରମ ରହିଛି ଯାହାକି ଭଡ଼ା ଘରେ ଚାଲିଛି।ଏକଥା ଶୁଣି ଅକ୍ଷୟ ଆଶ୍ରମ ପାଇଁ ଦେଢ଼ କୋଟି ଟଙ୍କା ସାହାଯ୍ୟ କରିଥିଲେ। ଅକ୍ଷୟଙ୍କ ସାହାଯ୍ୟରେ ପିଲାଙ୍କ ରହିବା ପାଇଁ ଏକ ହଷ୍ଟେଲ ତିଆରି ହୋଇଥିଲା। ଯେଉଁଥିରେ ୨୫ଜଣ ପିଲା ବସବାସ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking