ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡରେ ମହୁମାଛି ଆତଙ୍କ । ଭିନ୍ନ ଭିନ୍ନ ସ୍ଥାନରେ ମହୁମାଛି ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।
ସୂଚନା ଥାଉକି, ଘଷିପୁରା ବ୍ଲକ୍ ବରିପାଳର ଶିକ୍ଷକ ନବୀନ ଚରଣ ହୋ ରାସ୍ତାରେ ଯିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ସେହିଭଳି ଜରକସାହିର ବାବୁରାମ ଭୂୟାଁଙ୍କ ସ୍ତ୍ରୀ ଦଶମା ଭୂୟାଁ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ଆହୁରି ଭି ଖାଳିଆମେଣ୍ଟା ଗାଁର ପୁଣ୍ଣଚନ୍ଦ୍ର ଭୂୟାଁଙ୍କ ସ୍ତ୍ରୀ କୁନି ଭୂୟାଁ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ।