31.1 C
Bhubaneswar
Friday, March 29, 2024
Homeଅପରାଧପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସଇତାନ ସ୍ୱାମୀ

ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସଇତାନ ସ୍ୱାମୀ

ରାଉରକେଲା: ପରିବାରିକ କଳହରୁ ତୁମୂଳକାଣ୍ଡ । ପିଟିପିଟି ସ୍ତ୍ରୀକୁ କଲା ହତ୍ୟା ସ୍ୱାମୀ । ଏପରି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁ ନୁଆଗାଁର ତ୍ରିଲୋଚନ କିଷାନ ତାଙ୍କ ସ୍ତ୍ରୀ ସରସ୍ୱତୀ କିଷାନକୁ ହତ୍ୟା କରି ଅଗଣାରେ ପୋତି ଦେଇଥିଲା । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ପତ୍ନୀହନ୍ତାରକ ସ୍ୱାମୀକୁ ଗିରଫ କରିଛି । ସୂଚନା ଅନୁଯାୟୀ, ବାବୁ ନୁଆଗାଁର ତ୍ରିଲୋଚନ କିଷାନ ତାଙ୍କ ସ୍ତ୍ରୀ ସରସ୍ୱତୀ କିଷାନ ସହ ଗାଁରେ ରହନ୍ତି ।

ରବିବାର ରାତିରେ ଘରୋଇ କଳିକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା । ଏହି ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀ ସରସ୍ୱତୀ କିସାନ ଓ ସ୍ୱାମୀ ତ୍ରିଲୋଚନ କିସାନ ମଧ୍ୟରେ ଝଗଡ଼ ଉଗ୍ର ରୂପ ନେଇଥିଲା । ଝଗଡ଼ା ଏତେ ଉଗ୍ର ହୋଇପଡିଥିଲା ଯେ ରାଗରେ ନିଜର ହିତା ହିତ ଜ୍ଞାନ ଭୁଲି କୋଦାଳ ବେଣ୍ଟରେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରିବା ସମୟରେ ପୁଆ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ପୁଆକୁ ମଧ୍ୟ ନିର୍ମମ ଭାବେ ଆକ୍ରମଣ କରି ଲହୁଲହାଣ କରି ଦେଇଥିଲା । ସ୍ତ୍ରୀକୁ ହତ୍ୟା କରିବା ପରେ ତାର ମୃତଦେହକୁ କଦଳୀ ବଗିଚାରେ ପୋତି ଦେଇଥିଲା ।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ପୁଅ ନିଜ ପିତାର ବର୍ବରତା ବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲା । ଏହାପରେ ସେମାନେ ବଣାଇ ଥାନାକୁ ଯାଇ ଖବର ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହକୁ ଉଦ୍ଧାର କରିଛି । ଏଭଳି ଏକ ଘଟଣା ବର୍ତ୍ତମାନ ସମ୍ପୂର୍ଣ୍ଣ ବଣାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ହତ୍ୟାକାରୀ ସ୍ୱାମୀକୁ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ତେବେ ନିକଟରେ ଗଜପତିର କାଶୀନଗର ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ । ସାମାନ୍ୟ କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ବିବାଦ ହେବାପରେ ଏହି ନାରକୀୟ କାଣ୍ଡ ଘଟାଇଥିଲା ସ୍ୱାମୀ । ମୁଣ୍ଡକୁ ଶରୀରରୁ ଅଲଗା କରିଦେଇ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଥିଲା ସ୍ୱାମୀ । କଟାମୁଣ୍ଡକୁ ଧରି ଗାଁକୁ ଆସିବା ପରେ ପୋଲିସ ଆଭିଯୁକ୍ତକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking