30.1 C
Bhubaneswar
Saturday, July 13, 2024
Homeଅପରାଧପୂରା ପରିବାରକୁ ସଫା କରିଦେଲା ୧୮ ବର୍ଷର ପିଲା; କହିଲା ଏପରି....

ପୂରା ପରିବାରକୁ ସଫା କରିଦେଲା ୧୮ ବର୍ଷର ପିଲା; କହିଲା ଏପରି….

ୱାଶିଂଟନ୍‌: ଯଦି ସେମାନେ ମରିନଥାନ୍ତେ… ତାହାହେଲେ ସେମାନେ ମୋତେ ମାରିଦେଇଥାନ୍ତେ । ଏମିତି ସନ୍ଦେହ କରି ସାରା ପରିବାରକୁ ସଫା କରିଦେଲା ଜଣେ ୧୮ ବର୍ଷର ଯୁବକ । ଯୁବକ ଜଣକ ଯେଉଁ ନାରକୀୟ କାଣ୍ଡ ଭିଆଇଛି, ତାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଏହି ଯୁବକ ଜଣକ ବିନା କାରଣରେ ତା ବାପା ମା, ଭଉଣୀଙ୍କ ସହ ୫ ବର୍ଷର ଭାଇକୁ ବି ହତ୍ୟା କରିଛି । ଅଭିଯୁକ୍ତର ନାଁ ସେସର ଓଲାଡେ ବୋଲି ଜଣାପଡ଼ିଛି । ଏଭଳି ଘଟଣା ଘଟିଛି ଆମେରିକାର ଟେକ୍ସାସ ସହରରେ । ପୋଲିସର କହିବାନୁସାରେ ଜଣେ ଯୁବକ ତାର ପରିବାରକୁ କ୍ଷତି ପହଞ୍ଚାଇବା ସହ ନିଜକୁ ମାରିଦେବାର ଧମକ ବି ଦେଉଥିବା ଖବର ପାଇଥିଲୁ । ଘଟଣାସ୍ଥଳରେ ପହଞ୍ଚିବା ପରେ ସେସର ଓଲାଡେ ନାମକ ଜଣେ ଯୁବକ ଗୃହବନ୍ଦୀ ହୋଇ ରହୁଥିବା ବେଳେ ଅନେକଙ୍କ ମୃତଦେହ ସେଠାରେ ପଡ଼ିଥିଲା ।

ଅଭିଯୁକ୍ତକୁ ପୋଲିସ ଥାନାକୁ ନେଇଥିଲା । ଓଲାଡେ ପୋଲିସକୁ କହିଛି ଯେ ସେ ବନ୍ଧୁକ ଗୁଳିରେ ତା ପରିବାର ଲୋକଙ୍କୁ ହତ୍ୟା କରିଛି । ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଘର ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ଗୁଳି କରିଥିଲା, ତାଙ୍କୁ ଏକାଠି କରି ବାଥରୁମ୍‌କୁ ଆଣିଥିଲା. ପ୍ରଥମେ ବାପା ରିଉବେନ ଓଲାଡେ, ମା ଆଇଡା ଗାରସିଆଙ୍କୁ ହତ୍ୟା କରିବା ପରେ ବଡ଼ ଭଉଣୀ ଲିସବେଟ୍ ଓଲାଡେ ଓ ସାନ ଭାଇ ଓଲିଭର ଓଲାଡେକୁ ହତ୍ୟା କରିଥିଲା । ହେଲେ ହତ୍ୟାର ରକ୍ତଛିଟା ଘର ଚଟାଣରେ ବିଛାଡ଼ି ହୋଇ ପଡ଼ିଥିଲା ।

ଅଭିଯୁକ୍ତ ଜଣକ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ସହ ଚାଞ୍ଚଲ୍ୟକର ବୟାନ ଦେଇଛି । ସେ କହିଛି ସେମାନେ ‘ମାଂସାଶୀ’… ଯଦି ସେମାନେ ମରିନଥାନ୍ତେ… ତାହାହେଲେ ସେମାନେ ମୋତେ ମାରିଦେଇଥାନ୍ତେ । ତେବେ ଲିସାବେଟ୍ ଓଲାଡେ(ଅଭିଯୁକ୍ତର ଭଉଣୀ) ଅଫିସ କାମ ନକରିବାରୁ ଜଣେ ସହକର୍ମୀଙ୍କ ସନ୍ଦେହ ବଢିଥିଲା । ସେତେବେଳେ ସେସର ଉପରେ ତାଙ୍କର ସନ୍ଦେହ ବଢିଥିଲା । ସମ୍ପୃକ୍ତ ପରିବାର ଏକ ସୁନ୍ଦର ପରିବାର ଓ ପରିଶ୍ରମୀ ଲୋକ ବୋଲି ସେମାନଙ୍କ ପଡୋଶୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking