ଭୁବନେଶ୍ୱର : ଫିଟ ହେବାକୁ ଚାହୁଁଛନ୍ତି କି ? ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି ? ତେବେ ଏପରି ଗୁଗୁଲରେ ସର୍ଚ୍ଚ କରିବା ଦ୍ୱାରା କେତେବେଳେ ମୃତ୍ୟୁର ଘାତକ ସାଜିବ କିଏ ଜାଣିଛି । ଫେସବୁକ , ୟୁଟ୍ୟୁବରେ ବିଜ୍ଞାପନ ଦେଖିବା ପରେ ଜଣେ ବ୍ୟକ୍ତି ଔଷଧ ଅର୍ଡର କରିଥିଲେ । ଏହା ଖାଇବା ପରେ ତାଙ୍କର କିଡନୀ ଫେଲ ହୋଇ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଓଜନ ହ୍ରାସ କରିବା ପାଇଁ ଅନଲାଇନରେ ଔଷଧ ଅର୍ଡର କରିଥିଲେ । ଔଷଧ ଖାଇବା ପରେ ଧିରେ ଧୀରେ ତାଙ୍କର କିଡନୀ ନଷ୍ଟ ହେବାକୁ ଲାଗିଲା । ସେ ଗତ ମାସ ଧରି ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ଶରୀରରେ କୌଣସି ଉନ୍ନତି ଘଟିନଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ଭାଇଙ୍କ କହିବା ଅନୁସାରେ ସେ ଅନଲାଇନରେ ବିଜ୍ଞାପନ ଦେଖି ଔଷଧ ଅର୍ଡର କରି ଖାଉଥିଲେ । ଭାଇର ଓଜନ ଧିରେ ଧିରେ ବଢିବାରେ ଲାଗିଥିଲା । ଯାହା ଫଳରେ ତାଙ୍କର ଏଭଳି ଅବସ୍ଥା ହୋଇଛି । ତାଙ୍କର କିଡନୀ ନଷ୍ଟ ହେବାକୁ ଲାଗିଲା ।