29.1 C
Bhubaneswar
Friday, February 7, 2025
Homeଓଡିଶାପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ କାଉନସିଲରଙ୍କ ଗୁପ୍ତ ବୈଠକ 

ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ କାଉନସିଲରଙ୍କ ଗୁପ୍ତ ବୈଠକ 

ଯାଜପୁର:ବହୂ ଚର୍ଚ୍ଚିତ ବ୍ୟାସନଗର ପୌରପରିଷଦ ର ଅଧ୍ୟକ୍ଷତା ଓ ଉପନଗର ପାଳ ପl ରିଷଦ ମଧ୍ୟ୍ୟ ରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ତାହା ବିସ୍ପୋରଣ ହେବା କୁ ଯାଉଛି l ଅଧିକାଂଶ ପାରିଷଦ ଉପାନଗର ପାଳ ନେତୃତ୍ଵ ରେ ଏକ ଗୁପ୍ତ ସ୍ଥାନ ରେ ଅଧ୍ୟକ୍ଷତା ବିରୋଧ ରେ ମେଲି ବାନ୍ଧି ଛନ୍ତି ଅଧ୍ୟକ୍ଷତା କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରି ଥିବାର ଏକ ବିଶ୍ଵ ସୂତ୍ର ରୁ ଜଣା ଜାଇଛି l ଏହି ଜାନୁଆରୀ ମାସ ରେ ସଂଖ୍ୟାଧିକ କାଉନସିଲର ମାନଙ୍କର ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳଙ୍କ ନେତୃତ୍ୱରେ ୨0 ଜଣ ବିଜେଡି ଓ କଂଗ୍ରେସ କାଉନସିଲର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଏହି ବୈଠକରେ  ପୌରାଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସହରର ବିକାଶ ଠପ ହୋଇଯାଇଚି l ପୌରପରିଷଦ ର ବିଭିନ୍ନ ଯୋଜନା ଅସି ଥିବା ଅନୁଦାନ ଟଙ୍କl ଖର୍ଚ୍ଚ ନହୋଇ ପଡିରହିଥିବା ଯୋଗୁ ସହର ରେ ବିକାସ ବିଶେଷ ହୋଇ ପାରୁ ନାହିଁ l ଯାହାକୁ ନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ଉପାଧ୍ୟକ୍ଷ ବଳ ଏବଂ କାଉନସିଲରଙ୍କ ମଧ୍ୟରେ ବିବାଦ ଘନାଉଥିଲା | ଯାହା ବର୍ତମାନ ବିସ୍ପୋରକ ପରିସ୍ଥିତି ଆଡକୁ ଗତିକରୁଛି | ପୌର ପାରିଷଦ ଗଠନ ହେବାର ତିନି ବର୍ଷ ହୋଇଥିଲେ ମଧ୍ୟ ସହରର ସେଭଳି ଆଖିଦୃଶିଆ ବିକାଶ ହୋଇପାରିନାହିଁ | ସହରର ପରିମଳ, ପାନୀୟ ଜଳ, ରାସ୍ତା, ସୌନ୍ଦର୍ଯ୍ୟ କରଣ ଏବଂ ସବୁଠାରୁ ବଡ଼ ସମସ୍ୟା ଡ୍ରେନେଜ ବ୍ୟବସ୍ଥାରେ କୌଣସି ଅଗ୍ରଗତି ହୋଇପାରୁନାହିଁ | ଯେଉଁ ସହର ବାସି ଙ୍କ ପାଇଁ ପ୍ରଳ୍ପକ ହୋଇ ଥିଲା l ତାହା ରକ୍ଷଣା ବେକ୍ଷଣl ଯୋଗୁ ନଷ୍ଟ ହେବା କୁ ବସିଲାଣ କାଉନସିଲର ମାନେ ନିଜ ୱlର୍ଡ ରେ କାର୍ଯ୍ୟ କରି ବା ପାଇଁ କାଉନସିଲ ବୈଠକ ରେ ପ୍ରସ୍ତାବ ଦେଲ ତାହା କାର୍ଯ୍ୟ କାରା ଯାଉ ନାହିଁ ବୋଲି ଅଧିକାଂଶ ପାରିଷଦ ଅଭିଯୋଗ ଆଣିଛନ୍ତି | କାର୍ଯ୍ୟକାଳ ପୁରିବାକୁ ଆଉ ୨ ବର୍ଷ ଥିବା ବେଳେ କେତେକ ୱାର୍ଡରେ ସେଭଳି ଆଖି ଦୃଶିଆ କାର୍ଯ୍ୟ ହୋଇପାରିନାହିଁ | କେତେକ ୱାର୍ଡରେ ମାଟି ମୁଠେ ମଧ୍ୟ ପଡି ନଥିବା ଅଭିଯୋଗ ହୋଇଛି | ଯାହାକୁ ନେଇ ସହରବାସୀ ଓ କାଉନସିଲରଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି | ଏଭଳି ସ୍ଥଳେ ଆଗକୁ ଭୋଟର ମାନଙ୍କ ପାଖକୁ କେଉଁ ମୁହଁ ନେଇ ଯିବେ ବୋଲି କାଉନସିଲର ମାନେ ଚିନ୍ତାରେ ପ୍ରକଟ କରିଛନ୍ତି| ଅନ୍ୟପଟେ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବଯୋଗୁଁ ପୌର ପରିଷଦକୁ ଆସୁଥିବା ନିର୍ବାହୀ ଅଧିକାରୀମାନେ ଏଠାରେ ନରହି ଅନ୍ୟତ୍ର ବଦଳି ହୋଇଯାଉଛନ୍ତି | ପୂର୍ବରୁ ଜଣେ ନିର୍ବାହୀ ଅଧିକାରୀଙ୍କ ଉପରକୁ ଅଧ୍ୟକ୍ଷା ଫାଇଲ ଫିଙ୍ଗା ଘଟଣା ସହର ରେ ଯୋର ରେ ଚର୍ଚ୍ଚା ଧରି ଥିଲା ଶେଷ ରେ ଅଧିକାରି ଜଣଙ୍କୁ ବଦଳି ହେବାକୁ ପଡି ଥିଲା l | ଯାହାଫଳରେ କୌଣସି ଅଧିକାରୀ ଏଠାକୁ ଆସିବା ପାଇଁ ଅମଙ୍ଗ ହେଉଛନ୍ତି | ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର କାମଚଳା ଅଧିକାରୀଙ୍କୁ ନିଯୁକ୍ତ କରାଯାଉଛି | ସମ୍ପୃକ୍ତ ଅଧିକାରୀ ମାନେ ଯେ କୌଣସି କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେଉଛନ୍ତି | ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ ମାସମାସ ଧରି ଦସ୍ତଖତ ନହୋଇ ଅଧ୍ୟକ୍ଷାଙ୍କ ଟେବୁଲରେ ପଡିରହୁଛି | ପୌର ପରିଷଦରେ ହେଉଥିବା ଯେକୌଣସି କାର୍ଯ୍ୟର ବିଲ ପାସ କରିବା ପାଇଁ ପିସି ନଦେଲେ ଅଧ୍ୟକ୍ଷା ଫାଇଲରେ ଦସ୍ତଖତ କରୁନଥିବା ଚର୍ଚ୍ଚା ହେଉଛି l | ପୌରାଧ୍ୟକ୍ଷାଙ୍କ ଏଭଳି ମନମାନି ଓ ପିସି ଖୋର ମନବୃତ୍ତି ପାଇଁ ସହରର ବିକାଶରେ ବାଧା ସୃଷ୍ଟି ହେଉଥିବା କାଉନସିଲର ମାନେ ଅଭିଯୋଗ ଆଣିଛନ୍ତି | ଏନେଇ ଉପନଗରପାଳ ଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ କାଉନସିଲର ମାନେ ପୂର୍ବରୁ ଜିଲାପାଳଙ୍କୁ ଭେଟି ବୋହୁବାର ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ | ଏଣୁ ବାଧ୍ୟ ହୋଇ ଉପାଧ୍ୟାକ୍ଷଙ୍କ ନେତୃତ୍ୱରେ କାଉନସିଲର ମାନେ ଅଧ୍ୟାକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଏକ ଦସ୍ତଖତ ଅଭିଜାନ ଆରମ୍ଭ ହୋଇଥିବା ନେଇ ଜଣେ କାଉନସିଲର ନାମ ଗୋପନ ରଖି କହିଛନ୍ତି | ନିକଟ ରେ ସଂଖ୍ୟାଧିକ କାଉନସିଲର  ଉକ୍ତ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବ ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରିବେବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି | ଏନେଇ ଉପନଗରପାଳ ସୁବାଷ ବଳଙ୍କୁ ପଚାରିବାରୁ ସେ ବୈଠକ ହୋଇଥିବା କଥା  ସ୍ୱୀକାର କରିଛନ୍ତି | ହେଲେ କଣ ଆଲୋଚନା ହୋଇଛି ତାହା ଗୁପ୍ତ ରଖି ଛନ୍ତି| ପୌର ପରିଷଦ ବିଜେଡି ହାତରେ ରହିଛି l ବିଜେପି ଏହି ବିବାଦ ରୁ ଫାଇଦା ଉଠାଇ ବା ପାଇଁ ସମୟ କୁ ଅପେକ୍ଷା କରି ବସିଛି ବିଜେପି ହାତ ରେ କାଉନସିଲର ସଂଖ୍ୟା ନଗ୍ନ ଥିଲେ ମଧ୍ୟ ଅନ୍ୟ ଦଳ ର କାଉନସିଲର ମାନଂକୁ ନିକ ଦଳ ସଫକ୍ଷ ରେ ନେବା ପାଇଁ ଚାଲ ଚଳାଇଛି l ଅନ୍ୟ ପକ୍ଷରେ ରେ
ଅତିଥି ଚୟନକୁ ନେଇ ପୌର ପରିଷଦରେ ଟଣା ଓଟରା, ଫିକା ପଡିବ ବ୍ୟାସ ସରୋବର ମହୋତ୍ସବ
ବିଜେଡି କାଉନସିଲର ବିଜେଡି ନେତା ଙ୍କୁ ଏହି ମହୋତ୍ସବ ରେ ଅଥିତୀ କରିବା ପାଇଁ ପ୍ରସ୍ତାବ କୁ ନେଇ ଦ୍ୱନ୍ଦ ଉପୁଜିଛି l
: ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଓ ମହୋତ୍ସବ ଯାଜପୁର ଜିଲାର ଏକ ପ୍ରମୁଖ ମେଳା | ଏହି ମେଳା ବ୍ୟାସନଗର ପୌର ପରିଷଦ ପକ୍ଷରୁ ପ୍ରତିବର୍ଷ ଆୟୋଜନ କରାଯାଇ ଆସୁଅଛି | ପୌର ପରିଷଦ ପକ୍ଷରୁ ଏହି ମେଳା ପାଇଁ ବୋହୁ ପୂର୍ବରୁ ପ୍ରସ୍ତୁତି ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଥାଏ | କିନ୍ତୁ ଚଳିତ ବର୍ଷ ପ୍ରସ୍ତୁତି ବୈଠକ ବୋହୁ ବିଳମ୍ବରେ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ପରମ୍ପରା ଅନୁଯାଇ ମେଳା କୁ ସରସ ସୁନ୍ଦର କରିବା ସହ ଅତିଥି ଚୟନ ଏବଂ ସମ୍ବର୍ଦ୍ଧିତ ପ୍ରତିଭା ଚୟନ ପାଇଁ ସହରର ବୁଦ୍ଧିଜୀବୀ, ସାମ୍ବାଦିକ ମାନଙ୍କୁ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥାଏ | କିନ୍ତୁ ବିଗତ ୨ ବର୍ଷ ହେବ ସେଭଳି କୌଣସି ବୈଠକ ଆହୁତ କରାଯାଉନାହିଁ | ଆସନ୍ତା ୮ ତାରିଖ ଭୌମ ଏକାଦଶୀ ତିଥିରେ ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି | ମେଳା ଅନୁଷ୍ଠିତ ହେବାକୁ ଆଉ ମାତ୍ର ଚାରି ଦିନ ଥିବା ବେଳେ ଅତିଥି ଚୟନକୁ ନେଇ କାଉନସିଲର ଏବଂ ଅଧ୍ୟାକ୍ଷାଙ୍କ ମଧ୍ୟରେ ଟଣା ଓଟରା ଚାଲିଛି | ବର୍ତ୍ତମାନ ପୌର ପରିଷଦ ବିଜେଡି ଅଧୀନରେ ରହିଛି | ବିଜେଡି କାଉନସିଲର ମାନେ ବିକେଡ଼ି ର ନେତୃ ବୃନ୍ଦଙ୍କୁ ମେଳାରେ ଅତିଥି କରିବକୁ କାଉନସିଲ ବୈଠକରେ ନିଷ୍ପତ୍ତି ହୋଇଥିଲା | କିନ୍ତୁ ଶାସକ ଦଳ ଭାଜପା ନେତୃବୃନ୍ଦଙ୍କୁ ଅତିଥି କରିବା ଜିଦରେ ଅଧ୍ୟକ୍ଷାଙ୍କ ଉପରେ ଚାପ ପ୍ରୟୋଗ କରିବା ଦ୍ଵାରା ଅତିଥି ଚୟନରେ ବିଳମ୍ବ ଘଟୁଛି | ଏହି ଟଣା ଓଟରା ଯୋଗୁଁ ମହୋତ୍ସବ ନିମନ୍ତ୍ରଣ ପତ୍ର ଛପା ଯାଇ ପାରୁନାହିଁ | ବିଜେଡି କାଉନସିଲର ମାନେ ସେମାନଙ୍କ ଜିଦରେ ଅଟଳ ଥିବା ବେଳେ ପୌରାଧ୍ୟକ୍ଷା ମୌନ ରହିବାନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଯାଜପୁର ଜିଲା ମହୋତ୍ସବ ଯଯାତି ଆସନ୍ତା ୮ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହି ମେଳା ପ୍ରତି ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉନଥିବରୁ ଚଳିତ ବର୍ଷ ଏହି ମେଳା ଫିକା ପଡିବବୋଲି ଚର୍ଚ୍ଚା ଜୋର ଧରିଛି|

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking