21.1 C
Bhubaneswar
Friday, November 15, 2024
Homeଦେଶ ବିଦେଶଅଧିକ ଅଣ୍ତା ଖାଉଥିଲେ ସାବଧାନ !

ଅଧିକ ଅଣ୍ତା ଖାଉଥିଲେ ସାବଧାନ !

ନୂଆଦିଲ୍ଲୀ: ପରିମାଣର ପ୍ରୋଟିନ ରହୁଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବା ଜରୁରୀ ଅଟେ । ବିଶେଷଜ୍ଞମାନେ ପ୍ରତି ଋତୁରେ ଅଣ୍ଡା  ଖାଇବାକୁ ପରାମର୍ଶ ଦେଇଥାନ୍ତି। ଫାଷ୍ଟଫୁଡ ଓ ଡାଏଟାରୀ ଫୁଡ଼ ପରି ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟରେ ଅଣ୍ଡାକୁ ବ୍ୟବହାର କରାଯାଏ। ଏହାକୁ ପ୍ରୋଟିନର ଏକ ଶସ୍ତା ଓ ରେଡି ଟୁ ଇଟ୍‌  ଖାଦ୍ୟ ଭାବରେ ବିବେଚନା କରାଯାଏ।

ଅଣ୍ଡା ନ ଖାଇବାର ଅନେକ ଭଲ କାରଣ ଥିବା ନେଇ ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ବିଶ୍ୱରେ ଅଣ୍ଡାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୨୦୧୮ ମସିହାରେ ହୋଇଥିବା ଅଧ୍ୟୟନ ଅନୁସାରେ ୧୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ଅଣ୍ଡା ଉତ୍ପାଦନ ୨୪ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡିଛି। କେତେକ ହାତ ଗଣତି ଦେଶ ସମଗ୍ର ବିଶ୍ୱରେ ଅଣ୍ଡାର ଚାହିଦା ମେଣ୍ଟାଇ ଥାଆନ୍ତି। ଚୀନ, ୟୁରୋପୀଆନ ୟୁନିଅନ ଆମେରୀକା ଓ ଭାରତ ସାରା ବିଶ୍ୱର ୬୦ ପ୍ରତିଶତ ଅଣ୍ଡା ଯୋଗାଇ ଥାଆନ୍ତି।

ବ୍ୟବସାୟିକ ଅଣ୍ଡା ଉତ୍ପାଦନ କରିବା ପାଇଁ କୁକୁଡା଼ ମାନଙ୍କୁ ବହୁତ ଛୋଟ, ଅସ୍ୱାଭାବିକ ଓ ଚାପଗ୍ରସ୍ତ ପଞ୍ଜୁରୀରେ ରଖାଯାଏ। ଏହାକୁ ବ୍ୟାଟେରୀ କେଜ୍  କୁହାଯାଏ। ଏଥିରେ କୁକୁଡା଼ ଗୁଡିକର ସଠିକ୍ ଭାବରେ ଅଭିବୃଦ୍ଧି ନ ହୋଇପାରିନଥାଏ । କୃତ୍ରିମ ଉପାୟରେ ସ୍ୱଳ୍ପ ସମୟରେ ଅଧିକରୁ ଅଧିକ ଅଣ୍ଡା ଉତ୍ପାଦନ କରାଯାଏ। ଏହିପରି ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ। ଏହାଛଡା ମାତ୍ରାଧିକ ଅଣ୍ଡା ଉତ୍ପାଦନ ଯୋଗୁଁ କୁକୁଡାମାନେ କେବଳ ୧୮ ମାସ ମଧ୍ୟରେ ହିଁ ମୃତ୍ୟୁବରଣ କରିଥାଆନ୍ତି।

ଉଚ୍ଚ କୋଲେଷ୍ଟ୍ରଲ ଓ ହୃଦରୋଗର ସମ୍ଭାବ୍ୟ କାରଣ ଯୋଗୁଁ ଦୈନନ୍ଦିନ ଖାଦ୍ୟପେୟରେ ଏହାକୁ ଖାଇବା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା। କିନ୍ତୁ ନିତିଦିନିଆ ଖାଦ୍ୟ ପ୍ରଣାଳୀ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ପ୍ରତିଦିନ ଏକାଧିକ ଅଣ୍ଡା ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ୨୦୧୯ ମସିହାରେ ଏକ ଅଧ୍ୟୟନରୁ ଜଣାପଡିଥିଲା କି, ପ୍ରତିଦିନ ୩୦୦ ମିଲିଗ୍ରାମରୁ ଅଧିକ କୋଲେଷ୍ଟ୍ରଲ ଗ୍ରହଣ କରୁଥିବା ବ୍ୟକ୍ତିଙ୍କଠାରେ ହୃଦରୋଗ ହେବାର ଆଶଙ୍କା ଅଧିକ ଦେଖା ଯାଇଥାଏ । କ୍ୟାନସରହେବାର ମୁଖ୍ୟ କାରଣ ଅଣ୍ଡା ହୋଇପାରେ ବୋଲି ଗବେଷକ ମାନେ ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking