23.1 C
Bhubaneswar
Sunday, December 8, 2024
Homeଦେଶ ବିଦେଶରୋଗୀଙ୍କୁ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ କହିବା ସମ୍ଭବ ନୁହେଁ: ସୁପ୍ରିମକୋର୍ଟ

ରୋଗୀଙ୍କୁ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ କହିବା ସମ୍ଭବ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ ଡାକ୍ତର ରୋଗୀଙ୍କୁ ଜଣାଇବା ବାଧ୍ୟତାମୂଳକ କରିବାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଛି । ଜଷ୍ଟିସ ବିଆର ଗବଇ ଏବଂ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ଦାବିର ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି । କେରଳ ଏର୍ନାକୁଲମର ଆବେଦକ ଜ୍ୟାକବ ବଡକ୍କନଚେରୀ ସୁପ୍ରିମକୋର୍ଟରେ ଏହି ଆବେଦନ କରିଥିଲେ । ତାଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟକୁ ଆଧାର କରି କହିଥିଲେ, ବିଶ୍ୱରେ ଅନେକ ଲୋକ ଔଷଧର କୁପ୍ରଭାବର ଶିକାର ହେଉଛନ୍ତି ।

ତେଣୁ ରୋଗୀଙ୍କ ଲାଗି ଔଷଧ ଦେବା ବେଳେ ପ୍ରେସକ୍ରିପ୍ସନରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ ଡାକ୍ତର ଲେଖିବା ବାଧ୍ୟତାମୂଳକ କରିବାର ଆବଶ୍ୟକତା ରହିଛି । ଏଭଳି ଦାବି ଉପରେ ଖଣ୍ଡପୀଠ କହିଛନ୍ତି, ଯଦି ଡାକ୍ତରମାନେ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ ଲେଖିବେ ତେବେ ଜଣେ ଡାକ୍ତର ୧୦ରୁ ୧୫ ଜଣରୁ ଅଧିକ ରୋଗୀଙ୍କ ଚିକିତ୍ସା କରିପାରିବେ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ, ‘ପ୍ରତି ରୋଗୀଙ୍କୁ ଭିନ୍ନ ଭିନ୍ନ ଔଷଧ ଦିଆଯାଉଛି । ପୂର୍ବରୁ ଲେଖାଥିବା ଫର୍ମାଟ ଦେବା ବି ସମ୍ଭବପର ନୁହେଁ ।’ ଜଷ୍ଟିସ ଗବଇ କହିଛନ୍ତି, ଭାରତର ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଭିଡ଼ ଅଧିକ ରହୁଛି । ଏଭଳି ସ୍ଥିତିରେ ପ୍ରତି ରୋଗୀଙ୍କ ପ୍ରେସକ୍ରିପ୍ସନରେ ଡାକ୍ତର ଔଷଧର ସାଇଡ୍ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ କିଭଳି ଲେଖିବେ ? ଉପଭୋକ୍ତା ସଂରକ୍ଷଣ ଆଇନ୍ ଅଧୀନରେ ଡାକ୍ତରଙ୍କ କାର୍ଯ୍ୟକୁ ସୀମିତ ରଖାଯିବାକୁ ନେଇ ସେମାନେ ପୂର୍ବରୁ ଅସୁବିଧାରେ ଅଛନ୍ତି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking