32.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶମସ୍କୋ ଉପରେ ୟୁକ୍ରେନର ବଡ଼ ଡ୍ରୋନ୍ ଆକ୍ରମଣ

ମସ୍କୋ ଉପରେ ୟୁକ୍ରେନର ବଡ଼ ଡ୍ରୋନ୍ ଆକ୍ରମଣ

ମସ୍କୋ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଏବେ ବି ଯୁଦ୍ଧ ଚାଲିଛି। ଉଭୟ ପକ୍ଷରୁ ଆକ୍ରମଣ ଏବଂ ପାଲଟା ଆକ୍ରମଣ ପ୍ରକ୍ରିୟା ଜାରି ରହିଛି। ତେବେ ଏସବୁ ମଧ୍ୟରେ ୟୁକ୍ରେନ୍ ପକ୍ଷରୁ ରୁଷ୍ ଉପରେ ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରାଯାଇଥିବା ନେଇ ସୂଚନା ମିଳିଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମସ୍କୋ ଉପରେ ଏହା ୟୁକ୍ରେନ୍‌ର ସବୁଠାରୁ ବଡ ଆକ୍ରମଣ ବୋଲି ଅଭିହିତ କରାଯାଉଛି। ପ୍ରକାଶ, ୟୁକ୍ରେନ୍ ରବିବାର ୩୪ଟି ଡ୍ରୋନ୍ ସହ ମସ୍କୋ ଉପରେ ଆକ୍ରମଣ କରିଥିଲା। ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ରୁଷ୍‌ର ରାଜଧାନୀ ଉପରେ ହୋଇଥିବା ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି। ଏହି କାରଣରୁ ରୁଷ୍‌କୁ ତିନୋଟି ପ୍ରମୁଖ ବିମାନ ବନ୍ଦରରୁ ବିମାନ ଡାଇଭର୍ଟ କରିବାକୁ ପଡିଥିଲା। ତେବେ ଏଥିରେ ଜଣେ ରୁଷୀୟ ସୈନ୍ୟ ଆହତ ହୋଇଥିବା ଜଣାପଡିଛି।

ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ରବିବାର ଦିନ ୟୁକ୍ରେନ ପକ୍ଷରୁ ମସ୍କୋ ସମେତ ରୁଷ୍ ଆଉ କେତେକ ଅଞ୍ଚଳ ଉପରେ ମୋଟ ୭୦ଟି ଡ୍ରୋନ ମାଧ୍ୟମରେ ଆକ୍ରମଣ କରାଯାଇଥିଲା। କେବଳ ମସ୍କୋ ଉପରେ ୩୪ଟି ଡ୍ରୋନ୍ ଆକ୍ରମଣ ହୋଇଥିଲା। ସେହିପରି ବ୍ରାୟାନସ୍କ ଓ କଲୁଗା ଅଞ୍ଚଳରେ ୭ଟି ଲେଖାଏଁ ଡ୍ରୋନ ଆକ୍ରମଣ ହୋଇଛି। ତେବେ ରୁଷର ଏୟାର ଡିଫେନ୍ସ ସିଷ୍ଟମ ସେଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ନଷ୍ଟ କରିଦେଇଥିବା ବେଳେ ମାତ୍ର କେତୋଟି ଡ୍ରୋନ୍ ଆବାସିକ ଇଲାକାରେ ପଡ଼ିବା ଫଳରେ କେତେକ ଘର କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣରେ ଜଣେ ମହିଳା ଆହତ ହୋଇଥିବା ରୁଷ ଗଣମାଧ୍ୟମ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking