20.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଭଟିଣ୍ଡା ଶିଶୁବଳୀ ମାମଲା; ତାନ୍ତ୍ରିକ ସମେତ ୭ ଜଣଙ୍କୁ ଆଜୀବନ ଜେଲ୍‌

ଭଟିଣ୍ଡା ଶିଶୁବଳୀ ମାମଲା; ତାନ୍ତ୍ରିକ ସମେତ ୭ ଜଣଙ୍କୁ ଆଜୀବନ ଜେଲ୍‌

ଭଟିଣ୍ଡା : ଭଟିଣ୍ଡାର ବହୁଚର୍ଚ୍ଚିତ ଭାଇ-ଭଉଣୀ ବଳୀକାଣ୍ଡରେ କୋର୍ଟ ଗୁରୁବାର ତାନ୍ତ୍ରିକ ସମେତ ୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ଦୋଷୀଙ୍କୁ ୫୦ ହଜାର ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି । ଆଜୀବନ ଜେଲ୍ ଦଣ୍ଡାଦେଶ ପାଇଥିବା ଅନ୍ୟ ୬ ଜଣଙ୍କ ମଧ୍ୟରେ ମୃତ ଶିଶୁ ଦୁହିଁଙ୍କ ଜେଜେ ମା’ ନିର୍ମଳ କୌର, ବାପା କୁଲବିନ୍ଦର ସିଂ, ମାଆ ରଣଧୀର କୌର୍ ଓରଫ୍ ରୋଜି, ଦାଦା ଜସ୍‌ପ୍ରୀତ୍ ସିଂ, ପିଉସୀ ରମଣଦୀପ କୌର ଓରଫ୍ ଅମନଦୀପ କୌର ଏବଂ ଗଗନଦୀପ କୌର ଓରଫ୍ ଗଗନ ସାମିଲ ।

ମାମଲାର ଶୁଣାଣି ଅତିରିକ୍ତ ସେସନ୍ସ ଜଜ୍ ବଲଜିନ୍ଦର ସିଂ ସାରାଙ୍କ କୋର୍ଟରେ ହୋଇଥିଲା । ମାମଲା ଅନୁସାରେ ୨୦୧୭ ମାର୍ଚ୍ଚ ୮ ତାରିଖ ରାତିରେ ଭଟିଣ୍ଡା ଜିଲ୍ଲାର କୋଟଫଟ୍ଟା ଗାଁରେ ୮ ବର୍ଷୀୟ ରଣଜୋଧ ସିଂ ଏବଂ ତା’ ୩ ବର୍ଷୀୟା ଭଉଣୀ ଅନାମିକା କୌର୍‌ଙ୍କୁ ତାନ୍ତ୍ରିକ ଲଖବିନ୍ଦର ସିଂ ଲଖି କଥାରେ ପରିଜନ ଘରେ ବଳୀ ଦେଇଥିଲେ । ସେମାନଙ୍କ ପିଉସୀଙ୍କର ପିଲା ହେଉନଥିବାରୁ ଏହି ନିଷ୍ପାପ ଶିଶୁଙ୍କୁ ହତ୍ୟା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking