30.3 C
Bhubaneswar
Tuesday, July 15, 2025
Homeଓଡିଶାକୃଷକଙ୍କ ବିକାଶ ଉପରେ ଗ୍ରାମସଭା କାର୍ଯ୍ୟକ୍ରମକୁ ନେଇ କଳାହାଣ୍ଡି ସାଂସଦ ଶ୍ରୀ ଯୁକ୍ତ ବସନ୍ତ ପଣ୍ଡାଙ୍କ...

କୃଷକଙ୍କ ବିକାଶ ଉପରେ ଗ୍ରାମସଭା କାର୍ଯ୍ୟକ୍ରମକୁ ନେଇ କଳାହାଣ୍ଡି ସାଂସଦ ଶ୍ରୀ ଯୁକ୍ତ ବସନ୍ତ ପଣ୍ଡାଙ୍କ ଥୁଆମୂଳ ରାମପୁର ଗସ୍ତ

କଳାହାଣ୍ଡି: କଳାହାଣ୍ଡି ସାଂସଦ ମାନ୍ୟବର ବସନ୍ତ ପଣ୍ଡାଙ୍କ ଥୁଆମୂଳ ରାମପୁର ଗସ୍ତରେ ଆସି କୃଷକଙ୍କ ବିକାଶ ଉପରେ ଆୟୋଜିତ ଗ୍ରାମସଭା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏଥିରେ କେନ୍ଦ୍ରର ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ବିଶେଷ କରି କେନ୍ଦ୍ର ସରକାରଙ୍କ ପାରିତ କୃଷି ସଂସ୍କାର ବିଲ୍ ଓ ଏହାର ଉପାଦେୟତାକୁ ଗୁରୁତ୍ୱ ଦେଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ରମେଶ ମାଝୀ, ସାଂସଦ ପ୍ରତିନିଧି ଲକ୍ଷ୍ମୀ ଧର ନାଏକ, ଏକ ନଂ ଜୁନ ମଣ୍ଡଳ ସଭାପତି ନିରଞ୍ଜନ ନାଏକ, ଦୁଇ ନଂ ଜୁନ ମଣ୍ଡଳ ସଭାପତି ବିଷ୍ଣୁ ନାଏକ ଓ ଥୁଆମୂଳ ରାମପୁର ବ୍ଲକର ବରିଷ୍ଠ ବିଜେପି କର୍ମୀ ଅମର ପତି ନାଏକ ଓ ବହୁ ବିଜେପି କର୍ମୀ ଯୋଗଦେଇଥିଲେ । ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ଉପସ୍ଥିତିରେ ଥୂଆମୁଳ ରାମପୁର ବ୍ଲକର କଂଗ୍ରେସର ସକ୍ରିୟ କର୍ମୀ ଓ ବିଜେଡିର କର୍ମୀ ତାଙ୍କ ଦଳକୁ ଛାଡ଼ି ବିଜେପି ଦଳରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking