ଭୁବନେଶ୍ୱର: ବାରବାଟୀ ବିଭ୍ରାଟକୁ ନେଇ ବିଜେଡିର ସମାଲୋଚନା । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖି କହିଛନ୍ତି, ବାରବାଟୀ ବିଭ୍ରାଟ ପାଇଁ ନିର୍ଦ୍ଦିଷ୍ଟ ପରିବାର ଦାୟୀ । ା ଏହାକୁ ପୈତୃକ ସମ୍ପତ୍ତି ଭାବେ ବ୍ୟବହାର କରାଯାଉଛି । ଟିକେଟ ବିକ୍ରି ବିଭ୍ରାଟ କ୍ରୀଡାପ୍ରେମୀଙ୍କୁ କଷ୍ଟ ଦେଇଛି । ବାରବାଟୀ ବିଭ୍ରାଟକୁ ନେଇ ଆମେ ବିଶ୍ୱରେ ନିନ୍ଦିତ । ବ୍ୟବସ୍ଥାରେ ସୁଧାର ପାଇଁ ସରକାର ହସ୍ତକ୍ଷେପ କରନ୍ତୁ ।