30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକାଙ୍ଗାଳ ପାକିସ୍ତାନରେ ହୋଇପାରେ ନୋଟ୍‌ବନ୍ଦୀ!

କାଙ୍ଗାଳ ପାକିସ୍ତାନରେ ହୋଇପାରେ ନୋଟ୍‌ବନ୍ଦୀ!

ଇସ୍‌ଲାମାବାଦ୍‌: ପାକିସ୍ତାନରେ ଏବେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ରହିଛି । ଦେଶରେ ଦାରିଦ୍ର‌୍ୟ ସ୍ଥିତି ଏପରି ସ୍ତରରେ ପହଞ୍ଚିଛି ଯେ ଲୋକମାନେ ଏଠାରେ ଖାଦ୍ୟ ପାଇଁ ଭିକ୍ଷା କରୁଛନ୍ତି । ଦେଶର ଏଭଳି କାଙ୍ଗାଳ ସ୍ଥିତିରୁ ମୁକୁଳିବା ଲାଗି ପାକିସ୍ତାନ ଆନ୍ତଜାତୀୟ ମୁଦ୍ରା ପାଣ୍ଠିକୁ ଅନେକ ଥର ଆର୍ôଥକ ସହାୟତା ମାଗିଛି । କେବଳ ଗୋଟିଏ କିମ୍ବା ଦୁଇଟି ଦେଶ ଏହାକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି, ଯାହା ଏହା ପାଇଁ ପର୍ଯ୍ୟାପ୍ତ ନୁହେଁ । ଏହି ସମୟରେ ପାକିସ୍ତାନର ଅର୍ଥନୀତିଜ୍ଞ ଦେଶର ଆର୍ôଥକ ସ୍ଥିତିକୁ ସୁଧାରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସେ ଭାରତରୁ ପ୍ରେରଣା ନେଇଛନ୍ତି ଏବଂ ଏହାର ପଥ ଅନୁସରଣ କରିବାକୁ କହିଛନ୍ତି ।

ଦେଶର ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ ପାକିସ୍ତାନୀ ଅର୍ଥନୀତିଜ୍ଞ ବିମୁଦ୍ରାୟନ ବା ନୋଟ୍‌ବନ୍ଦୀ ଭଳି ପରାମର୍ଶ ଦେଇଛନ୍ତି, ଯାହା ଏବେ ପାକିସ୍ତାନର ବର୍ତ୍ତମାନର ସରକାରଙ୍କ ଆଗରେ ବଡ଼ ଆହ୍ୱାନ । ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ଅର୍ଥନୀତିଜ୍ଞ ଅମ୍ମାର ଖାନ ଏପର ଆର୍ôଥକ ସଙ୍କଟରୁ ମୁକ୍ତି ପାଇବା ପାଇଁ ପାକିସ୍ତାନକୁ ବିମୁଦ୍ରାୟନ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରେ ୫୦୦୦ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ । ନିକଟରେ ତାଙ୍କର ଗୋଟିଏ ପୋଡକାଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ୫୦୦୦ ଟଙ୍କାର ନୋଟ ବନ୍ଦ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ବିମୁଦ୍ରାୟନ ସୂତ୍ରରେ ଭାରତ ବହୁତ ଭଲ କାମ କରିଛି ଏବଂ ସେମାନଙ୍କ ଟିକସ ସଂଗ୍ରହ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିଛି ।

ଏଭଳି ପରିସ୍ଥିତିରେ ଯଦି ପାକିସ୍ତାନ ଏହି ପଥ ଅନୁସରଣ କରେ, ତେବେ ବୋଧହୁଏ କିଛି ଉନ୍ନତି ଦେଖିବାକୁ ମିଳିପାରେ । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୬ରେ ବିମୁଦ୍ରାୟନ ପଦକ୍ଷେପ ନେଇ କେନ୍ଦ୍ର ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରିଥିଲେ । ଅମ୍ମାର ଖାନ୍ ଆହୁରି ମଧ୍ୟ କହିଛନ୍ତି ଯେ ପାକିସ୍ତାନରେ ପ୍ରାୟ ; ଟ୍ରିଲିୟନ ଟଙ୍କା ମୂଲ୍ୟର ନୋଟ୍ ସର୍କୁଲେସନ୍‌ରେ ରହିଛି, ଯାହାର କୌଣସି ଯାଞ୍ଚ କରାଯାଇନାହିଁ । ଏପରି ପରିସ୍ଥିତିରେ, ଯଦି ୫୦୦୦ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଯାଏ, ତେବେ ସବ ଅର୍ଥ ସର୍କୁଲେସନ୍ ମଧ୍ୟକୁ ଆସିଯିବ ।

ପାକିସ୍ତାନରେ କୌଣସି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ନାହିଁ । ତେଣୁ ଏଠାରେ ଅଧିକାଂଶ କାରବାର କେବଳ ନଗଦ ଆକାରରେ କରାଯାଇଥାଏ । ଏଠାରେ ଆମଦାନୀ ଏବଂ ରପ୍ତାନୀର ସମସ୍ତ କାର୍ଯ୍ୟ ଆମେରିକୀୟ ଡଲାରରେ କରାଯାଇଥାଏ । ପାକିସ୍ତାନର ଅଧିକାଂଶ ଧନୀ ବ୍ୟକ୍ତିଙ୍କ ପାଖରେ ୫୦୦୦ ଟଙ୍କିଆ ନୋଟ୍ ରହିଛି । ଏଭଳି ପରିସ୍ଥିତିରେ ଯଦି ବିମୁଦ୍ରାୟନ ଭଳି ନିଷ୍ପତ୍ତି ନିଆଯାଏ, ତେବେ ସାଧାରଣ ଜନତା କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ, ବରଂ ବଡ଼ ବଡ ଧନୀଙ୍କର ଏଥିରେ ଅସୁବିଧା ହୋଇପାରେ । ତେବେ ଏହି ପଦକ୍ଷେପକୁ ସେଠାରେ ବିରୋଧ ମଧ୍ୟ କରାଯାଇପାରେ । ସେ କହିଛନ୍ତି ଯେ ବିମୁଦ୍ରାୟନ ହେତୁ ୮ ଟ୍ରିଲିୟନ ମୂଲ୍ୟର ଟଙ୍କା ଦେଶର ସର୍କୁଲେସନ୍‌ରେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking