27.1 C
Bhubaneswar
Saturday, July 27, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌ : କୋହଲିଙ୍କ ଶତକ ଆଗରେ କ୍ଲାସେନ୍ ଫିକା; ବାଙ୍ଗାଲୋର୍ ପ୍ଲେଅଫ୍ ନିକଟତର

ଆଇପିଏଲ୍‌ : କୋହଲିଙ୍କ ଶତକ ଆଗରେ କ୍ଲାସେନ୍ ଫିକା; ବାଙ୍ଗାଲୋର୍ ପ୍ଲେଅଫ୍ ନିକଟତର

ହାଇଦ୍ରାବାଦ: ଚଳିତ ଆଇପିଏଲ୍‌ରେ ଗୁରୁବାର ସଂସ୍କରଣର ୬୫ତମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୮ ୱିକେଟ୍‌ରେ ବିଜୟୀ ହୋଇ ପ୍ଲେଅଫ୍ ନିକଟତର ହୋଇଛି । ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ପାଇ ହାଇଦ୍ରାବାଦ ହେନ୍‌ରିକ୍ କ୍ଲାସେନ୍‌ଙ୍କ ଶତକ ସହାୟତାରେ ୫ ୱିକେଟ୍‌ରେ ୧୮୬ ରନ୍ କରିଥିଲା । ତେବେ ଓପନର ବିରାଟ କୋହଲିଙ୍କ ଆଇପିଏଲ୍‌ରେ ଷଷ୍ଠ ଶତକକୁ ଆଧାର କରି ବାଙ୍ଗାଲୋର୍ ୧୯.୨ ଓଭର୍‌ରେ ମାତ୍ର ୨ଟି ୱିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଏଥିସହ ଦଳ ତ୍ରୟୋଦଶ ମ୍ୟାଚ୍‌ରେ ସପ୍ତମ ବିଜୟ ମାଧ୍ୟମରେ ପଏଣ୍ଟ୍ ଟେବଲ୍‌ରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି ।

ଓପନର ଅଭିଷେକ ଶର୍ମା (୧୧) ଓ ରାହୁଲ୍ ତ୍ରିପାଠୀ (୧୫) ଆଉଟ୍ ହେବା ପରେ ଅଧିନାୟକ ଆଇଡେନ୍ ମାର୍କରାମ୍ ଓ କ୍ଲାସେନ୍‌ଙ୍କ ମଧ୍ୟରେ ୭୬ ରନ୍‌ର ଭାଗୀଦାରୀ ହୋଇଥିଲା । ଇତିମଧ୍ୟରେ କ୍ଲାସେନ୍ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ । ମାର୍କରାମ୍ ୧୮ ରନ୍‌ରେ ଆଉଟ୍ ହେବା ପରେ କ୍ଲାସେନ୍ ହ୍ୟାରୀ ବ୍ରୁକ୍‌ଙ୍କ ସହ ୭୪ ରନ ଯୋଡ଼ିଥିଲେ । ବ୍ରୁକ୍ ୨୭ ରନ୍ କରିଥିବା ବେଳେ କ୍ଲାସେନ୍ ମାତ୍ର ୫୧ ବଲ୍‌ରେ ୮ଟି ଚୌକା ଓ ୬ଟି ଛକା ସହ ୧୦୪ ରନ୍ କରିଥିଲେ । ବାଙ୍ଗାଲୋର୍ ପକ୍ଷରୁ ମାଇକେଲ୍ ବ୍ରେସ୍‌ୱେଲ୍ ୨ଟି ଏବଂ ମହମ୍ମଦ ସିରାଜ୍‌, ଶାହବାଜ୍ ଅହମ୍ମଦ ଓ ହର୍ଷଲ୍ ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିରେ କୋହଲି ଓ ଅନ୍ୟତମ ଓପନର ତଥା ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ୧୭୨ ରନ୍ ଯୋଡ଼ି ଦଳର ବିଜୟ ପକ୍କା କରିଥିଲେ । ଇତିମଧ୍ୟରେ ଉଭୟ ଓପନର ସେମାନଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ । ପରେ କୋହଲି ଛକା ମାଧ୍ୟମରେ ଆଇପିଏଲ୍‌ରେ ନିଜର ଷଷ୍ଠ ଶତକ ହାସଲ କରିବା ସହ ଯୁଗ୍ମ ଭାବେ ସର୍ବାଧିକ ଶତକ ଅର୍ଜନ କରିଥିଲେ । ପୂର୍ବରୁ ତାଙ୍କ ଦଳୀୟ ସାଥୀ କ୍ରିସ୍ ଗେଲ୍ ୬ଟି ଶତକ କରିଥିଲେ । କୋହଲି ୬୩ ବଲ୍‌ରେ ୧୨ଟି ଚୌକା ଓ ୪ଟି ଛକା ସହ ୧୦୦ ରନ୍‌ରେ ଆଉଟ୍ ହେବା ପରେ ଡୁ ପ୍ଲେସିସ୍ ୪୭ ବଲ୍‌ରେ ୭ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୭୧ ରନ୍ କରିଥିଲେ । ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ବ୍ରେସ୍‌ୱେଲ୍ ଯଥାକ୍ରମେ ୫ ଓ ୪ ରନ୍ କରି ଅପରାଜିତ ରହିବା ସହ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ଓ ଟି. ନଟରାଜନ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ହାଇଦ୍ରାବାଦ ପରାସ୍ତ ହେବା ଫଳରେ କୋହଲିଙ୍କ ଶତକ ଆଗରେ କ୍ଲାସେନ୍‌ଙ୍କ ଦମ୍‌ଦାର ଇନିଂସ ଫିକା ପଡ଼ିଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking