ଡେରାଡୁନ: ଫେବ୍ରୁଆରି ୮ ତାରିଖରେ ବନଭୁଲପୁରା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଅବଦୁଲ ମଲିକକୁ ଗିରଫ କରାଯାଇଛି । ହିଂସା କାଣ୍ଡ ଘଟିବ ପରେ ଅବଦୁଲ ମଲ୍ଲିକ ଫେରାର ଥିଲା। ହିଂସା କାଣ୍ଡରେ ଅଭିଯୁକ୍ତ ଅବଦୁଲ ମଲିକର ଓକିଲ ଅଜୟ ବହୁଗୁଣା ଏବଂ ଶଲଭ ପାଣ୍ଡେ ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡ ପୋଲିସ ତାକୁ ଦିଲ୍ଲୀରୁ ଗିରଫ କରିଛି। ହଲଦ୍ୱାନୀର ବନଭୁଲପୁରା ମାମଲାର ମାଷ୍ଟରମାଇଣ୍ଡ ଅବଦୁଲ ମଲ୍ଲିକଗିରଫ ହେବା ପରେ ଜାମିନ ଆବେଦନ କରାଯାଇଛି। ଅବ୍ଦୁଲ ମଲିକର ଆଗୁଆ ଜାମିନ ଆବେଦନ ସେସନ୍ସ କୋର୍ଟରେ ହଲଦ୍ୱାନୀ ଏଡିଜେ ଫାଷ୍ଟଙ୍କ ଅଦାଲତରେ ଦାଖଲ କରାଯାଇଛି। ତାର ଓକିଲ ଏହି ଆଗୁଆ ଜାମିନ ଆବେଦନ କରିଛନ୍ତି। ଫେବ୍ରୁଆରି ୨୭ରେ ଆଗୁଆ ଜାମିନ ଆବେଦନର ଶୁଣାଣି ହେବ।ନିକଟରେ ହଲଦ୍ୱାନୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅବଦୁଲ ମଲ୍ଲିକ ଓ ତା ପତ୍ନୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ ହୋଇଥିଲା। ହିଂସା ପରଠାରୁ ଅବଦୁଲ ମଲିକ ଫେରାର ଥିଲା ଏବଂ ପୋଲିସ ତା ସମ୍ପତ୍ତିକୁ ମଧ୍ୟ ଜବତ କରିଥିଲା ।