27.1 C
Bhubaneswar
Saturday, July 27, 2024
Homeବଲିଉଡପୁରୁଷ ବନ୍ଧୁଙ୍କ ସହ ଅଟୋରେ ଯାତ୍ରା କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତ୍ରୀ...

ପୁରୁଷ ବନ୍ଧୁଙ୍କ ସହ ଅଟୋରେ ଯାତ୍ରା କରି ଚର୍ଚ୍ଚାରେ ବଲିଉଡ଼ ଅଭିନେତ୍ରୀ ମଲାଇକା ଆରୋରା

ମୁମ୍ବାଇ: ମଲାଇକା ଆରୋରା ଅଟୋରେ ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କୁ ଫେବ୍ରୁଆରି ୨୦ ତାରିଖ ଦିନ ନିଜ ବିଳାସମୟ ଗାଡ଼ି ଛାଡ଼ି ଅଟୋରେ ଯାଉଥିବାର ଦେଖିବାକୁ ମିଳିଥିଲା। ସେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଅଟୋରେ ଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି ନିଜ ଚେହେରା ଲୁଚାଉଥିବାର ନଜର ଆସିଥିଲେ। ମଲାଇକା ମୁହଁରେ ହାତ ରଖି କ୍ୟାମେରାମ୍ୟାନମାନଙ୍କ ବିପରୀତ ଆଡ଼କୁ ବୁଲିକି ବସିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ କେବଳ ମଲାଇକା ନୁହଁନ୍ତି, ତାଙ୍କ ବନ୍ଧୁଙ୍କ ଫଟୋ ବି ଭାଇରାଲ୍‌ ହେଉଛି। କେହି କେହି ମଲାଇକାଙ୍କ ସହ ଅଟୋରେ ଅର୍ଜୁନ କପୁର ଯାଉଥିବା ସନ୍ଦେହ କରିଥିଲେ। ହେଲେ ମଲାଇକାଙ୍କ ପୁରୁଷ ବନ୍ଧୁଙ୍କ ଫଟୋ ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ ଯୁବକ ଜଣକ ଅର୍ଜୁନ ନୁହଁନ୍ତ, ଅନ୍ୟ ଜଣେ। ତେବେ “ଝଲକ୍ ଦିଖଲା ଯା” ର ସବୁଠାରୁ ମହଙ୍ଗା ବିଚାରପତିଙ୍କ ଅଟୋ ଯାତ୍ରା ଲୋକଙ୍କୁ ଚକିତ କରିଛି। ମଲାଇକାଙ୍କର ଏହା ପ୍ରଥମ ଅଟୋ ଯାତ୍ରା ନୁହେଁ। ପୂର୍ବରୁ ବି ଅନେକ ଥର ଭିଡ଼ରୁ ବଞ୍ଚିବା ପାଇଁ ସେ ନିଜର ବିଳାସମୟ ଗାଡ଼ି ଛାଡ଼ି ଅଟୋରେ ଯାତ୍ରା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking