28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପାକିସ୍ତାନରେ ପୁଣି ଇରାନର ସର୍ଜିକାଲ ଷ୍ଟ୍ରାଇକ

ପାକିସ୍ତାନରେ ପୁଣି ଇରାନର ସର୍ଜିକାଲ ଷ୍ଟ୍ରାଇକ

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଇରାନର ସର୍ଜିକାଲ ଷ୍ଟ୍ରାଇକ । ପଡୋଶୀ ଦେଶରେ ପ୍ରବେଶ କରି ପୁଣି ଶତ୍ରୁକୁ ମାରି ଗଡାଇଛି ଇରାନ । ଇରାନର ସାମରିକ ବାହିନୀ ଜୈଶ ଅଲ-ଅଦଲ (ଆର୍ମି ଅଫ୍ ଜଷ୍ଟିସ) ଆତଙ୍କବାଦୀ ଗୋଷ୍ଠୀ କମାଣ୍ଡର ଇସମାଇଲ ଶାହବାଖ ଏବଂ ପାକିସ୍ତାନୀ ଅଞ୍ଚଳରେ ଥିବା ତାଙ୍କର କିଛି ସହଯୋଗୀଙ୍କୁ ହତ୍ୟା କରିଛି। ଦୁଇ ଦେଶ ପରସ୍ପର ଉପରେ ଏୟାର ଷ୍ଟ୍ରାଇକ୍ କରିବାର ଏକ ମାସ ପରେ ଇରାନର ସୈନ୍ୟବାହିନୀ ଆତଙ୍କବାଦୀ ଗୋଷ୍ଠୀ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଛି । ପରେ ପାକିସ୍ତାନ ମଧ୍ୟ ଏହାର ଜବାବ ଦେଇଛି । ଦୁଇ ଦେଶ ମଧ୍ୟରେ ଆତଙ୍କବାଦକୁ ନେଇ ଉତ୍ତେଜନା ଜାରି ରହିଛି । ସୂଚନାଯୋଗ୍ୟ ଯେ, ଗତ ମାସରେ ପରସ୍ପରର ଅଞ୍ଚଳରେ “ଆତଙ୍କବାଦୀ ଗୋଷ୍ଠି” ବିରୋଧରେ ମିସାଇଲ୍ ଷ୍ଟ୍ରାଇକ୍ କରିବାର ସପ୍ତାହକ ପରେ ପାକିସ୍ତାନ ଏବଂ ଇରାନ ପରସ୍ପର ମଧ୍ୟରେ ସୁରକ୍ଷା ସହଯୋଗକୁ ବଢାଇବାକୁ ରାଜି ହୋଇଥିଲେ । ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଜଲିଲ ଅବ୍ବାସ ଜିଲାନି ଏବଂ ତାଙ୍କର ଇରାନ ପ୍ରତିପକ୍ଷ ହୋସେନ ଆମୀର-ଅବଦୁଲ୍ଲାହାନ ଏହି ଚୁକ୍ତିନାମା ଘୋଷଣା କରିଛନ୍ତି । ତେହେରାନ ଏବଂ ଇସଲାମାବାଦ ଦ୍ଵାରା ‘ଆତଙ୍କବାଦୀ ଗୋଷ୍ଠି’କୁ ଟାର୍ଗେଟ କରି ପରସ୍ପର ଉପରେ ମିଜାଇଲ ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଜୈଶ ଅଲ-ଅଦଲର ଦୁଇଟି “ଗୁରୁତ୍ୱପୂର୍ଣ୍ଣ ମୁଖ୍ୟାଳୟ” କୁ ଧ୍ୱଂସ କରିବା ପାଇଁ ଇରାନ ୧୬ ଜାନୁଆରୀ ବିଳମ୍ବିତ ରାତ୍ରୀରେ ପାକିସ୍ତାନରେ ମିଜାଇଲ ଏବଂ ଡ୍ରୋନ୍ ମାଡ କରିଥିଲା । ଏହି ଆକ୍ରମଣରେ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଝିଅ ଆହତ ହୋଇଥିବା ଇସଲାମାବାଦ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking