31.1 C
Bhubaneswar
Friday, March 29, 2024
Homeଓଡିଶାମାଓବାଦୀଙ୍କ ବିରୋଧରେ ବନବାସୀଙ୍କ ରଣ ହୁଙ୍କାର

ମାଓବାଦୀଙ୍କ ବିରୋଧରେ ବନବାସୀଙ୍କ ରଣ ହୁଙ୍କାର

ନୂଆପଡା : ନକ୍ସଲଙ୍କୁ ହଟାଅ, ସମାଜକୁ ପ୍ରଗତିଶୀଳ କରାଅ । ହାତରେ ପ୍ଲାକାର୍ଡ ଧରି ଲାଲବାହିନୀ ବିରୋଧରେ ରଣ ହୁଙ୍କାର ଦେଲେ ବନବାସୀ । କିଛି ଦିନ ତଳେ ପୋଲିସ ଇନଫରମର୍ ସନ୍ଦେହରେ ଜଣେ ନିରୀହ ଭୁଞ୍ଜିଆ ବ୍ୟକ୍ତିଙ୍କୁ ମାଓବାଦୀ ମାନେ ନିର୍ମମ ହତ୍ୟା କରିଥିଲେ । ଏହି ଘଟଣା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ବସବାସ କରୁଥିବା ଭୁଞ୍ଜିଆ ସଂପ୍ରଦାୟର ଲୋକେ । ମାଓବାଦୀଙ୍କ ବିରୋଧରେ ମିଳିତ ଭାବେ ସ୍ୱର ଉତ୍ତୋଳନ କରିଛନ୍ତି । ଏହାସହ ନୂଆପଡା ଏସପିଙ୍କୁ ମାଓବାଦ ଦମନ ପାଇଁ ସହାୟତା ମାଗିଛନ୍ତି । ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟର ବିଭିନ୍ନ ଗାଁରେ ଏବେ ଜୋରସୋର ସଭାସମିତି ଓ ବୈଠକ ଚାଲିଛି । ପ୍ରତି ଗାଁରେ ଶହ ଶହ ଲୋକ ମାଓବାଦୀଙ୍କ ବିରୋଧରେ ବାହାରିଛନ୍ତି । କିଛି ଦିନ ତଳେ ଓଡିଶା-ଛତିଶଗଡ ସୀମାନ୍ତ ଛତିଶଗଡ ରାଜ୍ୟର ଆମାମୋଲା ଗାଁରେ ଜଣେ ନିରୀହ ଭୁଞ୍ଜିଆ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ନିର୍ମମ ଭାବେ ହତ୍ୟା କରି ଥିଲେ । ମାଓବାଦୀମାନେ ତାଙ୍କୁ ପୋଲିସ ଇନଫରମର୍ ବୋଲି ଭାବି ହତ୍ୟା କରିଥିଲେ । ତେବେ ଏହା ନୂଆ ଘଟଣା ନୂହେଁ, ପୂର୍ବରୁ ମଧ୍ୟ ପୋଲିସ ଇନଫରମର୍ ସନ୍ଦେହରେ ଅନେକ ଲୋକଙ୍କୁ ହତ୍ୟା କରାଯାଇଛି । ୨୦୦୭ ମସିହାରୁ ସୁନାବେଡା ଅଭୟାରଣ୍ୟକୁ ମାଓବାଦୀମାନେ ଆସି ଅନେକ ନୀରିହଙ୍କୁ ପୋଲିସ ଇନଫରମର୍ ସନ୍ଦେହରେ ହତ୍ୟା କରିଥିଲେ । ଆପଣାର ଲୋକଙ୍କୁ ହରାଇବା ପରେ ମାଓବାଦୀଙ୍କୁ ବିରୋଧ କରିଛନ୍ତି ସୁନାବେଡାର ବନବାସୀ । ଏବେ ମାଓବାଦୀଙ୍କ ଏ କାଣ୍ଡକୁ ଆଉ ସମର୍ଥନ ନୁହେଁ, ବିରୋଧ କରାଯିବ ବୋଲି ଭୁଞ୍ଜିଆ ବନବାସୀମାନେ ଚେତାବନୀ ଦେଇଛନ୍ତି । ବିଭିନ୍ନ ଗାଁରୁ ଶତାଧିକ ବ୍ୟକ୍ତି ଏକ ଶୋଭା ଯାତ୍ରାରେ ଆସି ନୂଆପଡା ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନୂଆପଡା ଏସପି ପ୍ରତ୍ୟୁଷ ଦିବାକରଙ୍କୁ ନିଜ ଆଭିମୁଖ୍ୟ ଜଣାଇ ଥିଲେ । ମାଓବାଦର ଦମନ ସହ ସୁନାବେଡାବାସୀଙ୍କ ସୁରକ୍ଷା ପାଇଁ ପୋଲିସ ସର୍ବଦା ଅଛି ବୋଲି ଏସପି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking