33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶମା’ର ଇଚ୍ଛାକୁ ପୂରଣ କଲାନି ଝିଅ, ଶେଷରେ....

ମା’ର ଇଚ୍ଛାକୁ ପୂରଣ କଲାନି ଝିଅ, ଶେଷରେ….

ମୁମ୍ବାଇ: ମୁମ୍ବାଇର ଏରୋଲୀ ଅଞ୍ଚଳରୁ ଏକ ଲୋମଟାଙ୍କୁରା ହତ୍ୟା ମାମଲା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ଝିଅ ସାମାନ୍ୟ ବଚସାକୁ ନେଇ ନିଜ ହାତରେ ମା’ ର ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ହେଉଛି ମାଆ-ଝିଅଙ୍କ ମଧ୍ୟରେ ପାଠପଢ଼ା କଥାକୁ ନେଇ ବଚସା ହୋଇଥିଲା । ଯାହାପରେ ଝିଅ ରାଗରେ ଆସି ବେଲ୍ଟରେ ମାଆର ତଣ୍ଟି ଚିପି ହତ୍ୟା କରିଦେଇଛି । ହେଲେ ପୋଲିସକୁ କହିଛି ଯେ, ଏହା ଏକ ଆକସ୍ମିକ ମୃତ୍ୟୁ । ସୂଚନା ଅନୁଯାୟୀ, ମୁମ୍ବାଇର ଏରୋଲୀ ଅଞ୍ଚଳରେ ଏହି ଘଟଣା ଘଟିଛି । ଝିଅ ଏବଂ ତାଙ୍କ ୪୦ ବର୍ଷୀୟା ମାଆଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହିଥାଏ । ମାଆ ଚାହୁଁଥିଲେ ଯେ, ତାଙ୍କ ଝିଅ ଡାକ୍ତରୀ ପାଠ ପଢ଼ୁ । କିନ୍ତୁ ଝିଅ ଡାକ୍ତରୀ ପାଠ ପଢିବାକୁ ଚାହୁଁ ନଥିଲେ । ତେଣୁ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହେ । ତେବେ ଗତ ମାସରେ ଝିଅ ତାଙ୍କ ମାଆଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଯାହାପରେ ପୋଲିସ୍ ମାଆ ଏବଂ ଝିଅଙ୍କୁ କାଉନ୍ସଲିଂ କରିଥିଲା । ଝିଅ ପୋଲିସ୍ ଆଗରେ କହିଥିଲା ଯେ, ତାଙ୍କ ମାଆଙ୍କ ଗୋଡ଼ ଖସି ଯିବାରୁ ମୃତ୍ୟୁ ହୋଇଛି । କିନ୍ତୁ ମାଆଙ୍କ ମୃତଦେହକୁ ଫରେନସିକ୍ ଯାଞ୍ଚ ପଠାଯାଇଥିଲା ଏବଂ ରିପୋର୍ଟରୁ ଜଣାପଡ଼ିଥିଲା ମହିଳାଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି । ଏହାପରେ ପୁଣିଥରେ ଝିଅକୁ ପଚରାଉଚରା କରାଯିବାରୁ ଝିଅ ପୋଲିସକୁ କହିଥିଲା ଯେ, ଝଗଡ଼ା ହେବା ସମୟରେ ବେଲ୍ଟରେ ଗଳା ଚିପି ହତ୍ୟା କରିଛି । ଏହାପରେ ପୋଲିସ ଝିଅକୁ ସୋମବାର ହେପାଜତକୁ ନେଇଛି ଏବଂ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking