28.7 C
Bhubaneswar
Thursday, July 25, 2024
Homeଦେଶ ବିଦେଶଚୀନ୍‌ରେ ଲାଗୁ ହେବାକୁ ଯାଉଛି ବିଭିନ୍ନ ପ୍ରକାର କପଡା ଉପରେ ବ୍ୟାନ୍‌

ଚୀନ୍‌ରେ ଲାଗୁ ହେବାକୁ ଯାଉଛି ବିଭିନ୍ନ ପ୍ରକାର କପଡା ଉପରେ ବ୍ୟାନ୍‌

ବେଜିଂ : ଚୀନ୍ ଏକ ଅଜବ ନିୟମ ଆଣିଛି । ଖୁବ୍ ଶୀଘ୍ର ଦେଶର “ଭାବନାକୁ ଆଘାତ ଦେଇଥିବା” ପୋଷାକକୁ ବେଆଇନ ଘୋଷିତ ହୋଇପାରେ । ଏହା ଅଧୀନରେ, ଯେଉଁମାନେ ଲୋକଙ୍କୁ ଆଘାତ ପହଞ୍ଚାଉଥିବା ଭଳି ପୋଷାକ ପିନ୍ଧନ୍ତି ସେମାନଙ୍କୁ ଜେଲ୍ କିମ୍ବା ଜରିମାନା ଦେବା ନେଇ ବିଚାର କରାଯାଉଛି । ବିବିସି ରିପୋର୍ଟ ଅନୁଯାୟୀ, ଦେଶର ବିଧାୟିକାଙ୍କ ସ୍ଥାୟୀ କମିଟି ନିକଟରେ ଆଇନରେ ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ଜାରି କରିଛି । ଯାହାପରେ ଏଭଳି ଚର୍ଚ୍ଚା ହେଉଛି । ପ୍ରସ୍ତାବିତ ଆଇନରେ ଦର୍ଶାଯାଇଛି ଯେ, ପୋଷାକ କିମ୍ବା ଭାଷଣ ସମେତ ଅନେକ ପ୍ରକାରର ଆଚରଣ ଉପରେ ପ୍ରତିବନ୍ଧକ ଲଗାଯିବ । ଯାହା ଚାଇନାର ଲୋକଙ୍କ ଭାବନା ପାଇଁ କ୍ଷତିକାରକ ଏବଂ ସେମାନଙ୍କ ଭାବନାକୁ ଆଘାତ ଦେଇଥାଏ ।

ତେବେ ସାଂସଦମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ଯେ, ନୂତନ ନିୟମ ପ୍ରଣୟନ ହେବା ପରେ କେଉଁ ପ୍ରକାରର ପୋଷାକ ଉପରେ ପ୍ରତିବନ୍ଧକ ଲଗାଯିବ । ଏହା ସହିତ, ଯେଉଁମାନେ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟରେ ଏହା କରନ୍ତି ତାଙ୍କ ଉପରେ କେତେ ୟୁଆନ୍‌?ର ଜରିମାନା ଲଗାଯିବ କିମ୍ବା ସେମାନଙ୍କ ପାଇଁ ଦଣ୍ଡ କେତେ ଦିନ ହେବ ? ବିବିସି ରିପୋର୍ଟ ଅନୁଯାୟୀ, ଏହି ନିୟମକୁ ଲାଗୁ କରାଯିବା ପରେ ଯେଉଁ ଲୋକ ନିଜର ପୋଷାକ ଜରିଆରେ ଚୀନ୍‌?ର ଭାବନାକୁ ଆଘାତ ଦେଇ ଧରାପଡିଛନ୍ତି କିମ୍ବା ଅନ୍ୟମାନଙ୍କୁ ଏହାକୁ ପିନ୍ଧିବାକୁ ବାଧ୍ୟ କରୁଛନ୍ତି, ସେମାନଙ୍କୁ ୧୫ ଦିନ ପାଇଁ ଅଟକ ରଖାଯାଇପାରେ ଏବଂ ୫୦୦୦ ୟୁଆନ୍ ପର୍ଯ୍ୟନ୍ତ ଜୋରିମାନା ( ପାଖାପାଖି ୫,୬୮୭ ଟଙ୍କା) ଲଗାଯାଇପାରିବ । ସୂଚନାଯୋଗ୍ୟ ଯେ, ଗତ ବର୍ଷ ସାଂଘାଇ ନିକଟ ସୁଜୋ ସହରରେ ପୋଲିସ ଜଣେ ମହିଳାଙ୍କୁ ତାଙ୍କ ପୋଷାକ ହେତୁ ଗିରଫ କରିଥିଲା ।ଏହାର କାରଣ ଥିଲା ମହିଳା ସର୍ବସାଧାରଣ ସ୍ଥାନରେ ‘କିମୋନ୍‌’ ପିନ୍ଧିଥିଲେ । ‘କିମୋନୋ’ ହେଉଛି ଜାପାନର ଜାତୀୟ ପୋଷାକ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର କାର୍ଯ୍ୟାନୁଷ୍ଠାନକୁ ନେଇ ଚୀନ୍ ଦୀର୍ଘ ଦିନ ଧରି ବିବାଦ କରିଆସୁଛି । ଏହି ମାମଲାରେ ମହିଳା ଜଣକ କିମୋନ୍ ପିନ୍ଧିଥିବାରୁ ତାଙ୍କୁ ଅଟକ ରଖାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking