24.9 C
Bhubaneswar
Friday, March 28, 2025
Homeଦେଶ ବିଦେଶମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟ୍ ମଞ୍ଜୁରୀ

ମହିଳା ସଂରକ୍ଷଣ ବିଲକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଏହି ବିଲ୍ ଅନୁସାରେ ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି । ତେବେ ଏହି କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଔପଚାରିକଭାବେ ଘୋଷଣା କରିନାହାନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି । ଏହାକୁ ଆସନ୍ତା ୨୦ କିମ୍ବା ୨୧ ତାରିଖରେ ଗୃହରେ ଆଗତ କରାଯିବ ।

ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ ଆଗତ ପାଇଁ ବିଜେଡି, ବିଆରଏସ ଓ ଆଉ କେତେକ ଆଞ୍ଚଳିକ ଦଳ ଦାବି କରିଛନ୍ତି । ଆଜି ମଧ୍ୟ ସଂସଦର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଅଧିବେଶନରେ କେତେକ ଐତିହାସିକ ନିଷ୍ପତ୍ତି ନିଆଯିବ । ତାଙ୍କ ବୟାନରୁ ଲାଗୁଥିଲା ଯେ ସେ ମହିଳା ସଂରକ୍ଷଣ ବିଲକୁ ଇସାରା କରୁଛନ୍ତି । ବର୍ତ୍ତମାନର ଲୋକସଭାରେ ୭୮ ଜଣ ମହିଳା ସାଂସଦ ଅଛନ୍ତି, ଯାହା କି ମୋଟ ୫୪୩ ସଦସ୍ୟସଂଖ୍ୟାର ୧୫ ପ୍ରତିଶତରୁ କମ୍ । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ଗୋଆ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ସିକିମ, ତାମିଲନାଡୁ, ତେଲେଙ୍ଗାନା, ତ୍ରିପୁରା ଓ ପୁଡୁଚେରୀ ସମେତ ଅନେକ ରାଜ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱ ୧୦ ପ୍ରତିଶତରୁ କମ୍ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking