ରେଳବିଭାଗ ପୋଲିସ ପକ୍ଷରୁ,ତପନ ପ୍ରଧାନଙ୍କ ଜୀବନ ପ୍ରତି ବିପଦ ଅଭିଯୋଗ

ଜଳେଶ୍ଵର: ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ରର ବିଜେପି ସରକାର ‘ସବକା ସାଥ, ସବକା ବିକାଶ’ର ଆହ୍ୱାନ ଦେଇ ଡିଜିଟାଲ ଇଣ୍ଡିଆକୁ ବେଶ ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି।ହେଲେ ଗ୍ରାହକସେବା କେନ୍ଦ୍ର ଖୋଲି ଡିଜିଟାଲ ସେବା ଯୋଗାଇ ଦେଉଥିବା ଯୁବକ ରେଳବାଇ ପୋଲିସ ଦ୍ଵାରା ଉଦ୍ଦେଶ୍ୟମୂଳକ ଭାବେ ମାନସିକ, ଆର୍ଥିକ ନିର୍ଯ୍ୟାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଦବଙ୍ଗୀ ରେଳବାଇ ପୋଲିସ ଅଧିକାରୀ ବିରୋଧରେ ରେଳବାଇ ମନ୍ତ୍ରୀ, ବାଲେଶ୍ଵର ସାଂସଦ ତଥା ମନ୍ତ୍ରୀ, ବିଭାଗୀୟ ଅଧିକାରୀମାନେ ହସ୍ତକ୍ଷେପ କରି ଅସାଧୁ ଦବଙ୍ଗୀ ପୋଲିସ ବାବୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଯାହାକୁନେଇ ଚର୍ଚ୍ଚାରେ ରେଳବାଇ ପୋଲିସ। ଉଦ୍ଦେଶ୍ୟମୂଳକ ଭାବେ ଦବଙ୍ଗଗିରି ଦେଖାଇ ଯୁବକକୁ ହଇରାଣ ହରକତ କରୁଥିବା ଅଭିଯୋଗ। ଖାକି ପୋଷାକ ପିନ୍ଧି ସେବା ନାଁରେ ଶୋଷଣ କରିବା ସହିତ ମାନସିକ ନିର୍ଯାତନା ଦେଉଛି ରେଳବାଇ ପୋଲିସ ଅଧିକାରୀ, ଆଉ ସାମ୍ବାଦିକ ସମ୍ମିଳନୀ କରି ଏଭଳି ରେଳବାଇ ପୋଲିସ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ବାଲିଆପାଳ ଅଞ୍ଚଳର ଯୁବକ ତପନ ପ୍ରଧାନ।

-ଅଭିଯୋଗ ମୁତାବକ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ଗ୍ରାମର ତପନ ପ୍ରଧାନଙ୍କୁ ରୂପସା ରେଳବାଇ ପୋଲିସ ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ ହରକତ କରି ଆସୁଛନ୍ତି। ତପନ ପ୍ରଧାନ ବାଲିଆପାଳର ପାରୁଳିଆ ଛକରେ ଲକ୍ଷ୍ମୀ ସାଇବର କେଫ ଖୋଲି ଅନଲାଇନ ଫର୍ମ, ଇନକମ ସାର୍ଟିଫିକେଟ, ରେସିଡେନ୍ସ ସାର୍ଟିଫିକେଟ, ଜେରକ୍ସ, ଲାମିନେସନ,ସ୍କାନ, ଆଧାର କାର୍ଡ , ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ବସ, ଟ୍ରେନ, ଫ୍ଲାଇଟ ଟିକଟ ଭଳି ବିଭିନ୍ନ ଅନଲାଇନ ଡିଜିଟାଲ ସେବା ଯୋଗାଇ ଦେଉଥିଲେ। ଯାହାଦ୍ଵାରା ବାଲିଆପାଳ ଅଞ୍ଚଳର ଲୋକେ ବେଶ ଉପକୃତ ହୋଇ ପାରୁଥିଲେ। ତେବେ ଗତବର୍ଷ ୨୦୨୦ ଡ଼ିସେମ୍ବର ମାସରେ ବେଆଇନ ଭାବେ ଟ୍ରେନ ଟିକଟ କାଟିବା ଓ ବ୍ଲାକ କରୁଥିବା ଅଭିଯୋଗରେ ସାଇବରକେଫ ଉପରେ ଚଢ଼ାଉ କରି ତପନକୁ ଗିରଫ କରିବା ସହିତ,କମ୍ପ୍ୟୁଟର,ପ୍ରିଣ୍ଟର,ମାଉସ, ଡାଟା କେବୁଲ, ନଗଦ 1500 ଟଙ୍କା ଜବତ କରି ରୁପଶା ରେଳବାଇ ଥାନାରେ ରଖି ପରଦିନ କୋର୍ଟ ଚାଲାଣ କରିଥିଲା ରେଳବାଇ ପୋଲିସ।
ତେବେ ରୁପଶା ଆରପିଏଫ ପୋଲିସ ତଦନ୍ତକାରୀ ଅଧିକାରି ଭଗବାନ ସିଂ ତାଙ୍କୁ ରାତିରେ ପେଟପୁରା ଖାଇବାକୁ ଦେଇ ନଥିଲେ ବରଂ ବିନା ଅଭଯୋଗରେ ଉଦ୍ଦେଶ୍ୟମୂଳକ ଭାବେ ମାମଲା ରୁଜୁ କରି ତପନ ନିକଟରୁ ବିଭିନ୍ନ କାଗଜରେ ଦସ୍ତଖତ କରାଇ ନେଇଥିଲେ । ସେହିପରି ବେଲ ପାଇଁ ଏଡ଼ଭୋକେଟ ଠିକ କରିଦେବା ଓ ଦଫା କୋହଳ କରି ଚାର୍ଜସିଟ ପ୍ରସ୍ତୁତ କରିବା ପାଇଁ ମୋଟା ଅଙ୍କର ଲାଞ୍ଚ ଡିମାଣ୍ଡ କରିଥିଲେ। ଲାଞ୍ଚନେଇ ମଧ୍ୟ ଜବତ ସାମଗ୍ରୀକୁ ରିଲିଜ କରିବା ପାଇଁ ମାନ୍ୟବର କୋର୍ଟଙ୍କ ଅର୍ଡର ଥାଇବି ରିଲିଜ ପାଇଁ ପୁଣି ଟଙ୍କା ଦାବିକରି ହଇରାଣ ହରକତ କରୁଥିଲେ। ରିଲିଜ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ
ତପନ ଏବଂ ତାଙ୍କ ଭାଇ ଅରୁଣଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରାଇବା ଆଳରେ ଅଟକ ରଖିବା ସହିତ ଏକ ରୁମ ଭିତରେ ପୁରାଇ ନଗଦ ୬ ହଜାରଟଙ୍କା ଓ ସେମାନଙ୍କ ନିକଟରୁ ବଳପୂର୍ବକ ମୋବାଇଲ ଛଡାଇନେଇ ସମସ୍ତ କଲ ରେକର୍ଡ଼, କଲ ରେକଡିଂ, ଭିଜୁଆଲ ଭଳି ବିଭିନ୍ନ ସାପର୍ଟିଂ ଡକୁମେଣ୍ଟ ଡ଼ିଲିଟ କରିଦେଇ ଥିଲେ। କେବଳ ସେତିକି ନୁହଁ ଆଉ କେଉଁଠି କିଏ ଟ୍ରେନ ଟିକଟ କାଟୁଛନ୍ତି ତାର ସବିଶେଷ ତଥ୍ୟ ଦେବାକୁ ବାଧ୍ୟ କରାଇବା ,ତଦନ୍ତ ଆଳରେ ବାରମ୍ବାର ଥାନାକୁ ଡକାଇ ମାନସିକ ନିର୍ଯାତିନା ଦେବା ସହିତ ଭୟଭୀତ କରିବା ଭଳି କଥାକହି ଟଙ୍କା ଡିମାଣ୍ଡ କରୁଥିଲେ। ଏଥିରେ ତପନ ଅତିଷ୍ଠ ହୋଇ ରେଳବାଇ ମନ୍ତ୍ରୀ, ରେଲୱେ ବୋର୍ଡ, ଆର ପି ଏଫ ଡିଜିପି, ଖଡଗପୁର ଡିଆରଏମଙ୍କୁ ମେଲ ଓ ଟ୍ୱିଟ ଯୋଗେ ଅବଗତ କରାଇଥିଲେ। ଏହାପରେ ଭଗବାନ ସିଂ, ଓକିଲ ଏମିତିକି ବିଭିନ୍ନ ଅଜଣା ନମ୍ବରୁ କଲ କରି ଅଭିଯୋଗ ଉଠାଇ ନେବାକୁ ତପନ ଉପରେ ଚାପସୃଷ୍ଟି କରି ବିଭିନପ୍ରକାର ଧମକଚମକ ଦିଆଯାଉଛି। କେବଳ ସେତିକି ନୁହେଁ ସୋସିଆଲ ମିଡ଼ିଆ ଟ୍ୱିଟରରେ ଅଭିଯୋଗ ପରେ ଅଜଣାବ୍ୟକ୍ତି ମାନେ ନିଜକୁ ତଦନ୍ତକାରୀ ଅଫିସର ବୋଲି କହି ବାଲିଆପାଳ ସ୍ଥିତ ଲକ୍ଷ୍ମୀ ସାଇବରକେଫକୁ ଆସି ତଦନ୍ତ ଆଳରେ ଧମକଚମକ ଦେଇ ଭୟଭୀତ କରି ଆପୋସ ବୁଝାମଣା କରିନେଇ ଅଭିଯୋଗ ଉଠାଇ ନେବାକୁ ଚାପସୃଷ୍ଟି କରୁଛନ୍ତି। ତାଙ୍କର ପରିଚୟ କିମ୍ବା ଇନକ୍ବାରୀ ଅର୍ଡର, କିମ୍ୱା ଆଇକାର୍ଡ ମାଗିବାରୁ ଦେଖାଇ ପାରିଲେ ନାହିଁ, ବରଂ ଗଣମାଧ୍ୟମକୁ ଦେଖି ତରବରିଆ ଭାବେ ଛାନିଆ ହୋଇ ପଳାଇ ଯାଇଥିଲେ। ତେବେ ରେଳମନ୍ତ୍ରୀ ଓ ରେଳବିଭାଗ ର ବରିଷ୍ଠ ଅଧିକାରୀଙ୍କୁ ଅବଗତ କଲେ ମଧ୍ୟ ବିଭାଗୀୟ ତଦନ୍ତ ସହ କାଯ୍ୟାନୁଷ୍ଠାନନହେବା ପିରିତାପର ବିଷୟ ଏବଂ ରେଳ ବିଭାଗ ପକ୍ଷରୁ ତପନଙ୍କ ଜୀବନ ପ୍ରତି ବିପଦ ରହିଛି ,କିଛି ଅଘଟଣ ଘଟିଲେ ଆର୍ପିଏଫ ଅଧିକାରୀ ଭଗବାନ ସିଂ ଓ ରେଳ ବିଭାଗ ଦାୟୀ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ତପନ ପ୍ରଧାନ ଓ ତାଙ୍କ ଭାଇ ଅରୁଣ।

– ତେବେ କେବଳ ତପନ ନୁହନ୍ତି, ଆର୍ପିଏଫ ଅଧିକାରୀ ଭଗବାନ ସିଂ ନାମରେ ସମାନ ଅଭିଯୋଗ ଶିବା ଇଣ୍ଟରନେଟ
ମାଲିକ ଗୁରୁପ୍ରସାଦ ଦାସ ଆଣିଥିବା ବେଳେ, ବୁଦ୍ଧିଯିବି ମହଲରେ ଘଟଣାକୁ ନିନ୍ଦା କିରିବା ସହିତ, ଉଚ୍ଚସ୍ତିରୀୟ ତଦନ୍ତ କରି , ଦୋଷୀ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ଅନୁଜ ମହାପାତ୍ର। ତେବେ ଏନେଇ
ଆର୍ପିଏଫ ଅଧିକାରୀ ଭଗବାନ ସିଂ କୁ ଭେଟି ଥିଲେବି,ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନଥିଲେ।

ଜଳେଶ୍ବର ରୁ ଆଶୀଷ କୁମାର ସାହୁଙ୍କ ରିପୋର୍ଟ।

LEAVE A REPLY

Please enter your comment!
Please enter your name here