30.1 C
Bhubaneswar
Saturday, May 4, 2024
Homeଖେଳବାହରିନ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନାସନାଲ୍‌; ପ୍ରମୋଦଙ୍କୁ ଡବଲ୍ ସ୍ୱର୍ଣ୍ଣ ସହ ୩ ପଦକ

ବାହରିନ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନାସନାଲ୍‌; ପ୍ରମୋଦଙ୍କୁ ଡବଲ୍ ସ୍ୱର୍ଣ୍ଣ ସହ ୩ ପଦକ

ଭୁବନେଶ୍ୱର: ବାହରିନ୍‌ଠାରେ ଚାଲିଥିବା ବାହରିନ୍ ପାରା ବ୍ୟାଡ୍‌ମିଣ୍ଟନ୍ ଇଣ୍ଟରନାସନାଲ୍‌ରେ ଓଡ଼ିଶାର ତାରକା ଖେଳାଳି ପ୍ରମୋଦ ଭଗତ ମୋଟ ୩ଟି ପଦକ ହାସଲ କରିଛନ୍ତି । ଏଥିରେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ୍ ପଦକ ରହିଛି । ସୋମବାର ମିକ୍ସଡ ଡବଲ୍ସ ସେମିଫାଇନାଲ୍‌ରେ ପରାସ୍ତ ହେବା ପରେ ପ୍ରମୋଦ ଓ ତାଙ୍କ ଯୋଡ଼ିଦାର ମନୀଷା ରାମଦାସଙ୍କୁ ବ୍ରୋଞ୍ଜ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । କିନ୍ତୁ ମଙ୍ଗଳବାର ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲ୍‌ରେ ବିଜୟୀ ହୋଇ ଦୁଇଟି ସ୍ୱର୍ଣ୍ଣ ହାସଲ କରିଛନ୍ତି ।

ସିଙ୍ଗଲ୍ସ ଫାଇନାଲ୍‌ରେ ସେ ନିଜ ଦେଶର ନୀତେଶ କୁମାରଙ୍କୁ ୨୧-୧୬, ୨୧-୧୭ରେ ପରାସ୍ତ କରିଥିବା ବେଳେ ପୁରୁଷ ଡବଲ୍ସରେ ନିଜ ଯୋଡ଼ିଦାର ସୁକାନ୍ତ କଦମ୍‌ଙ୍କ ସହ ମିଶି ନିଜ ଦେଶର ନୀତେଶ-ତରୁନ୍ ଯୋଡ଼ିକୁ ୨୪-୨୨, ୨୧-୯, ୨୧-୧୪ରେ ପରାସ୍ତ କରିଛନ୍ତି । ସେହିପରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଓଡ଼ିଆ ଖେଳାଳି ଦୀପ୍ ରଞ୍ଜନ ବିଶୋଇ ସୋମବାର ପୁରୁଷ ଡବଲ୍ସ ସେମିଫାଇନାଲ୍‌ରେ ପରାସ୍ତ ହୋଇ ବ୍ରୋଞ୍ଜ୍‌ରେ ସନ୍ତୁଷ୍ଟ ହୋଇଥିଲେ । ପଦକ ବିଜେତା ପ୍ରମୋଦ ଓ ଦୀପ୍‌ଙ୍କୁ ପାରା ସ୍ପୋର୍ଟ୍ସ ଆସୋସିଏସନ୍ ଅଫ୍ ଓଡ଼ିଶା (ପିଏସ୍‌ଏଓ) ଶୁଭେଚ୍ଛା ଜଣାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking