ୟୋଗ୍ୟାକର୍ତ୍ତା : ଏଠାରେ ଚାଲିଥିବା ବ୍ୟାଡ୍ମିଣ୍ଟନ୍ ଏସିଆ ଜୁନିଅର୍ ଚାମ୍ପିଅନ୍ଶିପ୍ର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି ଭାରତ । ଦଳ ଶନିବାର ହଂକଂକୁ ୫-୦ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଥିଲା । ଅବଶ୍ୟ ପରେ ଦଳ ମାଲେସିଆଠାରୁ ୦-୫ରେ ପରାସ୍ତ ହୋଇଥିଲା । କିନ୍ତୁ ଗ୍ରୁପ୍-ସି’ରେ ମାଲେସିଆ ପରେ ଦ୍ୱିତୀୟ ସ୍ଥାନରେ ରହି ଦଳ ପରବର୍ତ୍ତୀ ରାଉଣ୍ଡ୍କୁ ଉନ୍ନୀତ ହୋଇଛି । ପ୍ରତିଯୋଗିତାର କ୍ୱାର୍ଟର୍ ଓ ସେମିଫାଇନାଲ୍ ସୋମବାର ଓ ଫାଇନାଲ୍ ମଙ୍ଗଳବାର ଖେଳାଯିବ ।
ଶନିବାର ହଂକଂ ବିପକ୍ଷରେ ଭାରତର ମିକ୍ସଡ ଡବଲ୍ସ ଯୋଡ଼ି ସମରବୀର-ରାଧିଧକା ଶର୍ମା ଯୋଡ଼ି ଡେଙ୍ଗ୍ ଚି ଫାଇ-ଆନ୍ନା ଲିଉ ହୋଇ କିଉ ଯୋଡ଼ିକୁ ୨୧-୧୦, ୨୧-୧୪ରେ, ପୁରୁଷ ସିଙ୍ଗଲ୍ସରେ ଆୟୁଷ ଶେଟ୍ଟୀ ଲାମ୍ କା ଟୋ’ଙ୍କୁ ୨୧-୧୪, ୨୧-୯ରେ, ମହିଳା ସିଙ୍ଗଲ୍ସରେ ତାରା ଶାହ ଲିଆଙ୍ଗ୍ କା ୱିଙ୍ଗ୍ଙ୍କୁ ୨୧-୨୩,୨୧-୧୬,୨୧-୧୩ରେ, ପୁରୁଷ ଡବଲ୍ସରେ ନିକୋଲାସ୍ ରାଜ୍-ତୁଷାର ସୁବୀର ଯୋଡ଼ି ସାଇରସ୍ ଚୁଙ୍ଗ୍ ଚିଙ୍ଗ୍-ୟଙ୍ଗ୍ କିଙ୍ଗ୍ ଟୋ’ ଯୋଡ଼ିକୁ ୨୧-୧୬, ୨୧-୧୭ରେ ଏବଂ ମହିଳା ଡବଲ୍ସରେ ଶ୍ରୀନିଧି ନାରାୟଣନ୍-ରାଧିକା ଶର୍ମା ପ୍ରତିଦ୍ୱନ୍ଦ୍ୱୀ ଅନ୍ନା ଲିଉ ହୋଇ କିଉ’ଙ୍କୁ ୨୧-୧୨, ୨୧-୧୯ରେ ପରାସ୍ତ କରିଛନ୍ତି ।