ଆଗ୍ରା: ବୁଧବାର ଦିନ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଟ୍ରକ୍ ଚାପାରେ ମୃତ୍ୟୁବରଣ କରିଥିବା ଜଣେ ୮ ମାସର ଅନ୍ତଃସତ୍ତ୍ବା ମହିଳାଙ୍କ ପେଟରୁ ଆଶ୍ଚର୍ୟ୍ୟଜନକ ଭାବେ ଜୀବନ୍ତ ଅବସ୍ଥାରେ ଶିଶୁ-କନ୍ୟାଟିଏ ବାହାରି ପଡ଼ିଥିବା କଥା ପୁଲିସ କହିଛି। ଶିଶୁ-କନ୍ୟାଟିକୁ ଫିରୋଜାବାଦ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତା’ର ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ, ପିଲାର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭଲ ଅଛି। ଏସ୍.ଏଚ୍.ଓ. ଫତେ ବାହାଦୁର ସିଂହ ବଧୋରିୟା କହିଛନ୍ତି ଯେ, ନର୍ଖି ଥାନା ଅନ୍ତର୍ଗତ ବାର୍ତରା ଗାଁରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଉଛନ୍ତି ଆଗ୍ରା ବାସିନୀ ୨୬ ବର୍ଷୀୟ କାମିନୀ। ସ୍ବାମୀଙ୍କ ସହିତ ବାଇକ୍ ଯୋଗେ କୋଟ୍ଲା ଫରିହା ଅଞ୍ଚଳରେ ଥିବା ବାପଘରକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।