28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବାବୁଲ ସୁପ୍ରିଓଙ୍କ ସ୍ଥାନରେ ଲଢ଼ିବେ ଶତ୍ରୁଘ୍ନ ସିହ୍ନା: ମମତା ବାନାର୍ଜୀ

ବାବୁଲ ସୁପ୍ରିଓଙ୍କ ସ୍ଥାନରେ ଲଢ଼ିବେ ଶତ୍ରୁଘ୍ନ ସିହ୍ନା: ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପୂର୍ବ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନା ଆସନସୋଲରୁ ଲୋକସଭା ଉପନିର୍ବାଚନରେ ଟିଏମସିର ଆଶାୟୀ ଭାବେ ଲଢ଼ିବାକୁ ଯାଉଛନ୍ତି । ଏନେଇ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ସେହିଭଳି ବାଲିଗଞ୍ଜ ସିଟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଟିଏମସି ବାବୁଲ ସୁପ୍ରିଓଙ୍କୁ ନିଜର ପ୍ରାର୍ଥୀ ଭାବରେ ଛିଡ଼ା କରିଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଲୋକସଭା ଏବଂ ୪ ବିଧାନସଭା ସିଟରେ ୧୨ ଏପ୍ରିଲରେ ଉପନିର୍ବାଚନ ହେବାକୁ ଯାଉଛି ।

ଏଥିରେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ସିଟ ମଧ୍ୟ ସାମିଲ ରହିଛି । ଯାହା ବାବୁଲ ସୁପ୍ରିଓଙ୍କ ଯୋଗୁଁ ଖାଲି ରହିଥିଲା । ଗତ ବର୍ଷ ବାବୁଲ ସୁପ୍ରିଓ ଲୋକସଭା ସିଟ ଆସନାସୋଲରୁ ଇସ୍ତଫା ଦେଇଥିଲେ । ପରେ ସେ ବିଜେପି ଛାଡ଼ି ଟିଏମିରେ ଯୋଗ ଦେଇଥିଲେ । ଏବେ କୁହାଯାଉଛି ଯେ ବାବୁଲ ସୁପ୍ରିଓଙ୍କୁ ମମତା ବାନାର୍ଜୀ ବିଧାନସଭାରେ ବଡ଼ ଦାୟିତ୍ୱ ଦେଇପାରନ୍ତି । ସେହିଭଳି ଶତ୍ରୁଘ୍ନ ସିହ୍ନା ୨୦୧୯ରେ କଂଗ୍ରେସ ଟିକେଟରେ ପାଟଣା ସାହିବରୁ ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସେଠାରେ ହାରିବାକୁ ପଡ଼ିଥିଲା । ଗତ ବିହାର ନିର୍ବାଚନରେ ପୁଅକୁ ବି ଟିକେଟ ଦେଇଥିଲେ କିନ୍ତୁ ତାଙ୍କୁ ମଧ୍ୟ ହାରର ସାମ୍ନା କରିବାକୁ ପଡ଼ିଥିଲା । କଂଗ୍ରେସରୁ ଲଗାତାର ହାର ପରେ ଶତ୍ରୁଘ୍ନ ସିହ୍ନା ଟିଏମସିରେ ଯୋଗ ଦେଇଥିଲେ । ଏବେ ଦେଖିବାକୁ ବାକି ରହିଲା ଶତ୍ରୁଘ୍ନ ସିହ୍ନା କ’ଣ କମାଲ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking