31.1 C
Bhubaneswar
Thursday, April 30, 2026
Homeଓଡିଶାଜେଲ୍‌ରୁ ବାହାରିଲେ ବାବା ରାମ ରହିମ

ଜେଲ୍‌ରୁ ବାହାରିଲେ ବାବା ରାମ ରହିମ

ନୂଆଦିଲ୍ଲୀ : ପୁଣି ଥରେ ପାରୋଲରେ ବାହାରିଛନ୍ତି ରାମ ରହିମ। ଦୁଷ୍କର୍ମ ମାମଲାରେ ହରିୟାଣାର ରୋହତକର ସୁନାରିଆ ଜେଲରେ ସଜା କାଟୁଥିବା ରାମ ରହିମ ଆଜି ସକାଳେ ଜେଲ୍‌ରୁ ବାହାରିଛନ୍ତି। ପୁଲିସ୍‌ ସିକ୍ୟୁରିଟି ମଧ୍ୟରେ ସେ ଜେଲ୍‌ରୁ ବାହାରି ଉତ୍ତରପ୍ରଦେଶସ୍ଥିତ ବରନାବା ଆଶ୍ରମ ଅଭିମୁଖେ ଯାଇଛନ୍ତି।ଆସନ୍ତା ୫ ତାରିଖରେ ହରିୟାଣା ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାମ ରହିମଙ୍କୁ ୨୦ ଦିନର ପାରୋଲ ଅନୁମତି ମିଳିଛି। ଏହି ସମୟ ମଧ୍ୟରେ ସେ ନିର୍ବାଚନରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ବାରଣ କରିଛନ୍ତି ନିର୍ବାଚନ ଆୟୋଗ। ଏଥିସହ ସୋଶାଲ ମିଡିଆରେ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।ନିର୍ବାଚନ ନିମନ୍ତେ ଆଚରଣ ସଂହିତା ଲାଗୁ ହେଉଥିବାରୁ ରାମ ରହିମଙ୍କ ପାରୋଲ ଆବେଦନକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯାଇଥିଲା। ଏହାପରେ ତାଙ୍କୁ ୨୦ ଦିନର ପାରଲୋ ମଞ୍ଜୁର ହୋଇଥିଲା।ବର୍ତ୍ତମାନ ଡେରା ମୁଖ୍ୟ ରାମ ରହିମ ହରିଆଣାର ରୋହତକର ସୁନାରିଆ ଜେଲରେ ରହିଛନ୍ତି। ସେ ସିରସା ଆଶ୍ରମରେ ତାଙ୍କର ଦୁଇଜଣ ମହିଳା ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ବେଳେ ସେବେଠୁ ସେ ଜେଲ୍‌ରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking