ମୁମ୍ବାଇ: ଆୟୁଷ୍ମାନ ଖୁରାନା, ରକୁଲ ପ୍ରୀତ ସିଂହ ଓ ଶେଫାଳୀ ଶାହଙ୍କ ଆଗାମୀ ଫିଲ୍ମ ‘ଡାକ୍ତର ଜୀ’ ର ସୁଟିଂ ଆରମ୍ଭ ହୋଇସାରିଛି । ଫିଲ୍ମର ପ୍ରଥମ ଲୁକ ରିଲିଜ ହୋଇଛି ଓ ପୁଣି ଥରେ ଆୟୁଷ୍ମାନା କିଛି ନୂଆ କରିବାକୁ ଯାଉଛନ୍ତି । ଆୟୁଷ୍ମାନ ଡାକ୍ତର ଜୀରେ ଡାକ୍ତର ଉଦୟ ଗୁପ୍ତାଙ୍କ ଚରିତ୍ରରେ ନଜର ଆସୁଛନ୍ତି । ‘ବଧାଇ ହୋ’ ଫେମ୍ ଆକ୍ଟର ଆୟୁଷ୍ମାନା ଖୁରାନା ଫିଲ୍ମରେ ନିଜ ଚରିତ୍ରକୁ ନେଇ ବହୁତ ଖୁସି ଅଛନ୍ତି । ଏମିତିରେ ବି କିଛି ଭିନ୍ନ ଚରିତ୍ର ପାଇଁ ସେ ପରିଚିତ ।
ଆୟୁଷ୍ମାନ ଏହା ଉପରେ କହିଛନ୍ତି ଯେ, ‘ଡାକ୍ତର ଡୀ’ ବିଷୟ ମୋର ବହୁତ ନିକଟତର । ଲକଡାଉନ ପ୍ରତିବନ୍ଧକକୁ ଧ୍ୟାନରେ ରଖି ଆମେ ସମସ୍ତେ ଫିଲ୍ମ ସୁଟିଂ ଆରମ୍ଭ ପାଇଁ ଅପେକ୍ଷା କରିରହିଥିଲୁ । ଆଉ ଏବେ ଖୁସି ଲାଗୁଛି ଯେ, ଶେଷରେ ସେହି ସମୟ ଆସିଲା । ସ୍କ୍ରିନରେ ପ୍ରଥମ ଥର ଜଣେ ଡାକ୍ତରଙ୍କୁ ପ୍ରଦର୍ଶିତ କରିବା ସମ୍ମାନର କଥା । ଫିଲ୍ମ ସୁଟିଂ ଆରମ୍ଭ କରିବା ପାଇଁ ବାସ୍ତବରେ ମୁଁ ବହୁତ ଖୁସି । କାରଣ ଏହା ମୋତେ ଛାତ୍ର ଜୀବନ ଓ ହଷ୍ଟେଲ ଲାଇଫ ବିତାଇବାର ନିଜର ପୁରୁଣା ସ୍ମୃତିକୁ ପୁଣି ବିତାଇବାର ସୁଯୋଗ ଦେବ ।