33.1 C
Bhubaneswar
Saturday, April 27, 2024
Homeଓଡିଶାଚିତ୍ର ଆଙ୍କି ସଚେତନ କରୁଛନ୍ତି ଚିତ୍ରଶିଳ୍ପୀ ସାଇରାମ

ଚିତ୍ର ଆଙ୍କି ସଚେତନ କରୁଛନ୍ତି ଚିତ୍ରଶିଳ୍ପୀ ସାଇରାମ

ରାୟଗଡା : ମହାମାରୀ କରୋନା କାଳରେ ସମଗ୍ର ଦେଶରେ ଅନେକ ସମାଜସେବୀ ଗରୀବ ଗୁରୁବାଙ୍କୁ ସହାୟତାର ହାତ ବଢାଉଥିବା ବେଳେ ନିସ୍ୱାର୍ଥପର ଭାବେ ଅନେକ ସଚେତନତା ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । କିଏ ପେଟକୁ ଦାନା ଦେଉଛି ତ ଆଉ କିଏ ପ୍ଲାଜମା ଦାନ କରି ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବା ସହ ପରିବାର ମୁହଁରେ ହସ ଫୁଟାଉଛନ୍ତି । ଆଉ ଆମେ ଏମିତି ଏକ ବ୍ୟକ୍ତିଙ୍କ କଥା କହୁଛୁ ଯିଏ ଜଣାଶୁଣା ଚିତ୍ରଶିଳ୍ପୀ । ଆଉ ବିଭିନ୍ନ କାନ୍ଥବାଡ଼ରେ ବିନା ପାଉଣାରେ ଚିତ୍ରଆଙ୍କି ଲୋକଙ୍କୁ କରୋନା ସଂପର୍କରେ ସଚେତନ କରାଉଛନ୍ତି । ରାୟଗଡା ଜିଲ୍ଲା ବିଷମକଟକ ସହରର ସାଇରାମ୍ ପଟ୍ଟନାୟକ । ସଚେତନତାର ବାର୍ତ୍ତା ଦେଇ ଏବେ ସାଇରାମ୍ ବିଷମକଟକ ଅଞ୍ଚଳର ଘରେ ଘରେ ପରିଚିତ ହୋଇଛନ୍ତି । ବାଲ୍ୟକାଳରୁ ଚିତ୍ରକଳାରେ ରୁଚି ରଖୁଥିବା ସାଇରାମ୍ ଏବେ ବିଷକଟକ ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି କାନ୍ଥରେ ସଚେତନତାର ବାର୍ତ୍ତା ଦେଉଛନ୍ତି । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିଳ୍ପୀ ସାଇରାମ୍ ଏହି ଚିତ୍ର ଆଙ୍କିବା ପାଇଁ କୌଣସି ସରକାରୀ କିମ୍ବା ବେସରକାରୀ ସ୍ତରରୁ ଆର୍ôଥକ ସହାୟତା ପାଉନାହାନ୍ତି । ବିଭିନ୍ନ ଚିତ୍ର ଆଙ୍କି ପରିବାର ପ୍ରତିପୋଷଣ କରୁଥିବା ସାଇରାମ୍ ନିଜ ପକେଟରୁ କାନ୍ଥବାଡରେ ରଙ୍ଗବେରଙ୍ଗ ଚିତ୍ର ଆଙ୍କୁଛନ୍ତି । ଘର ମାଲିକଙ୍କ ଅନୁମତି ପାଇଁ କରୋନା କାଳରେ ଲୋକେ କିପରି ମାସ୍କ ପରିଧାନ କରିବେ, ହାତକୁ ସାନିଟାଇଜ୍ କରିବେ ଓ ଘରୁ ବାହରକୁ ଆସିଲେ କିପରି ସାମାଜିକ ଦୂରତା ପାଳନ କରିବେ ସେନେଇ ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଉଛନ୍ତି । କେବଳ ଏତିକି ନୁହେଁ ଥଣ୍ଡା, କାଶ ଓ ଜ୍ୱର ହେଲେ ଡାକ୍ତରଙ୍କ ପରାମର୍ଶ ନେଇ କେମିତି କରୋନା ପରୀକ୍ଷା କରିବେ ଓ ତାଲା ବନ୍ଦ ସମୟରେ ସରକାରଙ୍କ ମାର୍ଗଦର୍ଶିକାକୁ କିପରି ପାଳନ କରିବେ ସେନେଇ ସାଇରାମ୍ ସଚେତନ କରୁଛନ୍ତି । ସାଇରାମ୍ ଙ୍କ ଏପରି ସଚେତନତା ମୂଳକ କାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ତାଙ୍କୁ ସହାୟତାର ହାତ ମିଳିଛିୟ । କିନ୍ତୁ ସେ ସମାଜସେବା ପାଇଁ ଆର୍ôଥକ ସହାୟତାକୁ ଗ୍ରହଣ କରିନାହାନ୍ତି । ବିବାହ, ବ୍ରତ ଓ ବିଭିନ୍ନ ସରକାରୀ ସଚେତନତା ପାଇଁ ଚିତ୍ର ଆଙ୍କି ଦୁଇ ପଇସା ରୋଜଗାର କରୁଥିବା ସାଇରାମ୍ ତାମଧ୍ୟରୁ କିଛି ଟଙ୍କା ସାଇତି ରଙ୍ଗତୁଳି ମାଧ୍ୟମରେ କରୋନା ସଚେତନତା ବର୍ତ୍ତା ଦେଇଥାନ୍ତି । ଗତବର୍ଷ କରୋନାର ପ୍ରଥମ ଲହରୀରେ ସାଇରାମ୍ ବିଷମକଟକର ୩୦ଟି ସ୍ଥାନରେ ସଚେତନତା ଚିତ୍ର ଆଙ୍କିଥିବା ବେଳେ ଦ୍ୱିତୀୟ ଲହରୀରେ ବର୍ତ୍ତମାନ ସୁ୍‌ଦ୍ଦା ୧୫ଟି ସ୍ଥାନରେ ଚିତ୍ର ଆଙ୍କିଛନ୍ତି । ଛୋଟ ଛୋଟ ସଚେତନତା ବାର୍ତ୍ତା ପାଇଁ ସାଇରାମ୍‌ଙ୍କୁ ୮ଶହରୁ ୯ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ବଡ କାନ୍ଥରେ ପ୍ରାୟ ୧୭ଶହ ଟଙ୍କାର ରଙ୍ଗ ଲାଗିଥାଏ । ତେବେ ଏହି ଖର୍ଚ୍ଚ ପାଇଁ ସାଇରାମ୍ କାହାରିକୁ ହାତ ପତାଇନଥାନ୍ତି । ତେବେ ତାଙ୍କୁ ଆର୍ôଥକ ସହାୟତା ପରିବର୍ତ୍ତେ କରୋନା ଯୋଦ୍ଦାର ମାନ୍ୟତା ମିଳିଲେ ସେ ଅଧିକ ଖୁସି ଅନୁଭବ କରିଥାନ୍ତେ ବୋଲି ସେ କହିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଅନେକ ଲୋକ ମୃତ୍ୟୁବରଣ କରୁଥିବା ବେଳେ ଅନ୍ତତଃପକ୍ଷେ ମୋ ଚିତ୍ର ମାଧ୍ୟମରେ ଲୋକେ ସଚେତନ ହୁଅନ୍ତୁ ବୋଲି ସାଇରାମ୍ କହିଛନ୍ତି । ଦିନକୁଦିନ ରାୟଗଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲୋକେ ସରକରାଙ୍କ ନିୟମକୁ ପାଳନ କରନ୍ତୁ ବୋଲି ସେ କହିଛନ୍ତି । ତେବେ ଆଦିବାସୀ ଅଧୂଷିତ ବିଷମକଟକ ବ୍ଲକ୍‌ର ଗାଁଗାଁ ବୁଲି ଚିତ୍ରକଳା ମାଧ୍ୟମରେ ସେ ଲୋକଙ୍କୁ ସଚେତନ କରୁଥିବାରୁ ବିଭିନ୍ନ ମହଲରେ ସେ ପ୍ରଶଂସା ସାଉଁଟି ପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking