27.1 C
Bhubaneswar
Thursday, April 25, 2024
Homeଓଡିଶାଆସନ୍ତା ଦୁଇଦିନ ବର୍ଷା

ଆସନ୍ତା ଦୁଇଦିନ ବର୍ଷା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷୀବ ବର୍ଷା | ରାଜ୍ୟରେ ଉପକୂଳବର୍ତ୍ତି ଜିଲ୍ଲା ଏବଂ ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ବି ହୋଇପାରେ । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ତେବେ ଅପରପକ୍ଷେ, ଆରବ ସାଗରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବ ବୋଲି ଅନୁମାନ କରାଯାଇଛି । ଭାରତୀୟ ପାଣିପାଗ କାର୍ଯ୍ୟାଳୟର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ଆରବ ସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ଦେଖା ଦେଇଛି । ତେବେ ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେଇପାରେ । ଏହା ଆସନ୍ତାକାଲି ସୁଦ୍ଧା ଲାକ୍ଷାଦୀପ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇପାରେ । ସାମୁଦ୍ରିକ ଝଡ଼ର ରୂପ ନେବା ପରେ ଏହାର ନାଁ ‘ତାଉକତେ’ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking