ଚେନ୍ନାଇ: ଭାରତ-ଅଷ୍ଟ୍ରେଲିଆ ଶେଷ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ୧୦ ୱିକେଟ ହରାଇ ୨୬୯ ରନ କରିବାକୁ ସକ୍ଷମ ହୋଇଥିଲା। ପରେ ବ୍ୟାଟିଂ କରିବାକୁ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇଥିଲା। ଟିମ ଇଣ୍ଡିଆ ୪୯.୧ ଓଭରରେ ୧୦ ୱିକେଟ ହରାଇ ୨୪୮ ରନ କରିଥିଲା । ଫଳରେ ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ୨୧ ରନରେ ଭାରତ ଠାରୁ ଜତିନେଇଛି। ଏଥିସହ ସିରିଜ କବଜା କରିଛି ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ରୋହିତ ଶର୍ମା ୧୭ ବଲରେ ୩୦ ରନ କରି ଆଉଟ ହୋଇଥିଲେ ।
ପରେ ଶୁଭମନ ଗିଲ୍ ୪୯ ବଲରେ ୩୭ ରନ କରି ଆଉଟ ହୋଇଥିଲେ । ଏହାପରେ ପାରିକୁ ବିରାଟ କୋହଲି ଓ କେ ଏଲ ରାହୁଲ ସମ୍ଭାଳିଥିଲେ। ବିରାଟ କୋହଲି ୭୨ ବଲରେ ୫୪ ରନ କରି ଆଉଟ ହୋଇଥିବା ବେଳେ କେ ଏଲ ରାହୁଲ ୫୦ ବଲରେ ୩୨ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦବ ବିନା କୌଣସି ରନରେ ଆଉଟ ହୋଇ ପାଭିଲିଅନ ଫେରିଥିଲେ। ଅକ୍ଷର ପଟେଲ ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜା ସମ୍ଭାଳିଥିଲେ। ପରେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ବଲରେ ୪୦ ରନ କରି ଆଉଟ ହୋଇଥିଲେ।
ପରେ ପାରିକୁ ସମ୍ଭାଳିଥିବା ରବିନ୍ଦ୍ର ଜାଡେଜା ୩୩ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ଏହାପରେ ମହମ୍ମଦ ସାମି ୧୦ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ପରେ କୁଲଦୀପ ଯାଦବ ୧୪ ବଲରେ ୬ ରନ କରି ରନ ଆଉଟ ହୋଇଥିଲେ। ମହମ୍ମଦ ସିରାଜ ୫ ବଲରେ ୩ ରନ କରି ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ ଟି ୱିକେଟ ନେଇଥିଲେ। ଆଷ୍ଟନ ଆଗର ୨ଟି ୱିକେଟ ନେଇଥିବା ବେଳ ସିନ ଆବୋଟ ଓ ମାର୍କସ ଷ୍ଟଇନିସ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।