37.1 C
Bhubaneswar
Saturday, May 18, 2024
Homeଓଡିଶାଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା; ୫୩ ହଜାର ଶିକ୍ଷକ ନିଯୁକ୍ତି ଖୁବ୍‌ଶୀଘ୍ର

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା; ୫୩ ହଜାର ଶିକ୍ଷକ ନିଯୁକ୍ତି ଖୁବ୍‌ଶୀଘ୍ର

ଭୁବନେଶ୍ୱର: ରାଜ୍ୟରେ ଖୁବ୍‌ଶୀଘ୍ର ୫୩ ହଜାର ଶିକ୍ଷକ ନିଯୁକ୍ତି ପାଇବେ । ୨୦୨୬ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ୨୦୬୪ କିରାଣୀ ନିଯୁକ୍ତି ପାଇଁ କାର୍ଯ୍ୟକ୍ରମ ଚାଲିଛି । ଫଳରେ ରାଜ୍ୟରେ ଶିକ୍ଷକ ଅଭାବ ରହିବ ନାହିଁ । ତେବେ ବିଦ୍ୟୁତ୍ ସଂଯୋଗ ହୋଇନଥିବା ରାଜ୍ୟରେ ୧୧,୭୧୦ ସ୍କୁଲ ରହିଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।

ବୁଧବାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ପଞ୍ଚାୟତିରାଜ୍ ବିଭାଗ ୨୮୦ କୋଟି ଟଙ୍କା ବଜେଟ୍‌ରେ ବ୍ୟବସ୍ଥା କରିଛି । ମୋ ସ୍କୁଲ ଜରିଆରେ ୮୦୫.୧୪ କୋଟି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୫୭୮ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ କରାଯାଇଛି । ଗତ ୮ ବର୍ଷରେ ପ୍ରାଥମିକ ଓ ଉଚ୍ଚ ସ୍ତର ପାଇଁ ସମୁଦାୟ ୧୯୪୯୦ ଜଣ ଶିକ୍ଷାସହାୟକ ନିୟୋଜିତ ହୋଇଛନ୍ତି । ସେହିଭଳି ୧୧,୭୧୦ ସ୍କୁଲରେ ବିଦ୍ୟୁତ୍ ସଂଯୋଗ ନାହିଁ । ୨୧୦୬୫ ସ୍କୁଲରେ ଖେଳପଡ଼ିିଆ ନଥିବାବେଳେ ୪୧୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ । ସେହିଭଳି ୬୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସ୍‌ରୁମ ନଥିବାବେଳେ ୬୦୧୧ ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି । ସେହିଭଳି ଚଳିତ ଶିକ୍ଷା ବର୍ଷରେ ଡ୍ରପ୍ ଆଉଟ୍ ହାର ପ୍ରାଥମିକ ସ୍ତରରେ ଶୂନ ଥିବା ବେଳେ ଉଚ୍ଚପ୍ରାଥିମକ ସ୍ତରରେ ୭.୩୪% ଓ ମାଧ୍ୟମିକ ସ୍ତରରେ ୨୭.୨୬% ରହିଛି ।

ଅନ୍ୟପକ୍ଷରେ ସ୍କୁଲ ରୂପାନ୍ତରିକରଣକୁ ନେଇ ଗୃହରେ ସର୍‌ଗର୍‌ମ ଆଲୋଚନା ହୋଇଥିଲା । ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଥିଲେ ଉଭୟ ବିରୋଧୀ ଓ ଶାସକ ସଭ୍ୟ । ବିଧାୟକମାନେ ଅଭିଯୋଗ କରିଥିଲେ ଯେ, ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ୫-ଟି ସ୍କୁଲଗୁଡ଼ିିକୁ ବିଜେଡି ରଙ୍ଗରେ ରଙ୍ଗେଇ ଦିଆଯାଇଛି ବୋଲି ଅଭିଯୋଗ କରିଥିଲାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳର ସ୍କୁଲ ଉଦାହରଣ ଦେଇଥିଲେ । ସେ କହିଥିଲେ, ଗୋଟିଏ ସ୍କୁଲରେ ୯ ଜଣ ଶିକ୍ଷକ ନାହାନ୍ତି । କେମିତି ରୂପାନ୍ତରିକରଣ କରୁଛନ୍ତି ସରକାର ବୋଲି ପ୍ରଶ୍ନ କରିଥିଲେ । ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକ ଓ ଅମର ପ୍ରସାଦ ଶତପଥୀ ବି ଅନୁରୂପ ଶିକ୍ଷକ ଅଭାବ କଥା କହିଥିଲେ । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ, ବିଜେଡି ବିଧାୟକ ନୃସିଂହ ସାହୁ, ସୁଧାଂଶୁ ପରିଡ଼ା ମଧ୍ୟ ସମାନ କଥା କହିଥିଲେ ।

ରୂପାନ୍ତର ସ୍କୁଲ ଉପରେ ଉତ୍ତର ଦଇ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୫, ଦ୍ୱିତୀୟ ପର୍ଯ୍ୟାୟରେ ୩୪୬୧ ଓ ତୃତୀୟ ପର୍ଯ୍ୟାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି । ତେବେ ଛାତ୍ରଛାତ୍ରୀ ବଢ଼ୁଥିବାରୁ ଶ୍ରେଣୀ ଗୃହ ବୃଦ୍ଧି କରାଯାଉଛି । ମୋ ସ୍କୁଲ ଜରିଆରେ ୯୬୩, ସ୍କୁଲ ରୂପାନ୍ତର ଜରିଆରେ ୨୮୧୦ ଓ ସମଗ୍ର ଶିକ୍ଷା ଅଭିଯାନରେ ୨୦୦ ଶ୍ରେଣୀ ଗୃହ ବଢ଼ାଯାଇଛି । ରାଜ୍ୟରେ ୫୦ ହଜାର ୨୬୩ ସ୍କୁଲ ଅଛି । ଏଥିରୁ ୮ ହଜାର ୨୪ ହାଇସ୍କୁଲ ଓ ୪୨ ହଜାର ୨୩୯ ପ୍ରାଥମିକ ସ୍କୁଲ ଅଛି । ୧୩୫୧ ରୂପାନ୍ତର ସ୍କୁଲର ୧୧୦୧ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସରିଛି । ୨୫୦ ସ୍କୁଲରେ କାମ ଚାଲଛି । ୧୧ ହଜାର ଶିକ୍ଷକ ନିଯୁକ୍ତି ସରିଥିବାବେଳେ ୭ ହଜାର ଶିକ୍ଷକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ପରୀକ୍ଷା ସରିଛି । ୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking