33.1 C
Bhubaneswar
Thursday, April 25, 2024
Homeଅପରାଧ୨ ବର୍ଷର ଶିଶୁପୁତ୍ରକୁ ୧୮ ହଜାର ଟଙ୍କାରେ ବିକିଦେଲା ବାପା

୨ ବର୍ଷର ଶିଶୁପୁତ୍ରକୁ ୧୮ ହଜାର ଟଙ୍କାରେ ବିକିଦେଲା ବାପା

ଭଦ୍ରକ: ସାମାନ୍ୟ କେଇଟା ଟଙ୍କା ପାଇଁ ପୁଅ ହୋଇଗଲା ପର । ୨ ବର୍ଷର ଶିଶୁପୁତ୍ରକୁ ନିଜ ବାପା ହିଁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ତାହା ପୁଣି ମାତ୍ର ୧୮ ହଜାର ଟଙ୍କାରେ । ବାଲେଶ୍ୱର ଜାମୁଝାଡ଼ିର ଜଣେ ବ୍ୟକ୍ତିଙ୍କୁ ଅଭିଯୁକ୍ତ ଶିଶୁପୁତ୍ର ବିକିଥିବା ସୂଚନା ମିଳିଛି । ଏନେଇ ବାସୁଦେବପୁର ଥାନାରେ କୁନି ପୁଅର ମା’ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତନାଘନା ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଚନ୍ଦନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

କୁନି ପୁଅକୁ ବାପା ବିକ୍ରି କରିଦେଇଥିବା ନେଇ ତା’ର ମା’ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ମହିଳାଙ୍କୁ ତାଙ୍କ ସ୍ୱାମୀ ପ୍ରାୟ ସମୟରେ ମାରଧର କରୁଥିଲେ । ନିର୍ଯାତନା ଅସହ୍ୟ ହେବାରୁ ସେ କିଛି ଦିନ ପାଇଁ ଅନ୍ୟତ୍ର ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ବ୍ୟକ୍ତି ଜଣକ ନିଜ ପୁଅକୁ ବିକ୍ରି କରିଦେଇଥିଲେ । ସ୍ତ୍ରୀ ଘରକୁ ଫେରିବା ପରେ ପିଲାକୁ ଖୋଜିଥିଲେ । ହେଲେ ପୁଅ ଆଉ ଘରେ ନଥିଲା । ସ୍ୱାମୀ ମଧ୍ୟ ଓଲଟା ପାଲଟା କଥା କହିଥିଲେ । ଶେଷରେ ମହିଳା ଜଣକ ଥାନାର ଆଶ୍ରୟ ନେଇଥିଲେ । ମହିଳାଙ୍କ ଅଭିଯୋଗ ପରେ ବାସୁଦେବପୁର ପୋଲିସ ବେତଡ଼ା ଅଞ୍ଚଳରେ ଚଢାଉ ପରେ ବାଟି ଓ ସୋର ଥାନା ବିଲବାଙ୍କିଆ ଅଞ୍ଚଳର ଶତୃଘ୍ନ ବେହେରାଙ୍କ ଘରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛି । ଏହି ଘଟଣା ପରେ୨ ମହିଳା ସମେତ ୩ ଜଣଙ୍କୁ ପଚରାଉଚରା କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking