ନୂଆଦିଲ୍ଲୀ : ଏଆଇ ଇଞ୍ଜିନିୟର ସୁଇସାଇଡ ମାମଲାରେ ସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କୁ ଜାମିନ ମିଳିଛି । ସିଟି ସିଭିଲ କୋର୍ଟ ଦେଇଛି ବେଲ । ଏହି ତିନି ଜଣଙ୍କୁ ପୋଲିସ୍ ପ୍ରୟାଗରାଜ ଏବଂ ଗୁରୁଗ୍ରାମରୁ ଗିରଫ କରିଥିଲା । ନିକିତା ଏବଂ ତାଙ୍କ ପରିବାର ଉପରେ ଅତୁଲଙ୍କ ମାନଶିକ ନିର୍ୟ୍ୟାତନା ଦେଇଥିବା ଅଭିଯୋଗ ଲାଗିଥିଲା । ଏହି ମାମଲାରେ ଅତୁଲ ମୃତ୍ୟୁ ପୂର୍ବରୁ ଏକ ଲମ୍ବା ସୁଇସାଇଡ ନୋଟ ଲେଖି ଭିଡିଓ କରିଥିଲେ । ଯାହାର ଆଧାରରେ ସ୍ତ୍ରୀ ନିକିତା, ଶାଶୁ ଏବଂ ଶଳାଙ୍କୁ ଗିରଫ କରିଥିଲା ପୋଲିସ୍ ।