28.1 C
Bhubaneswar
Friday, March 29, 2024
Homeଅପରାଧ୫ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ : ଅଭିଯୁକ୍ତ ଗରିଫ

୫ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ : ଅଭିଯୁକ୍ତ ଗରିଫ

ବାଙ୍କୀ: ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ଜଣେ ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ସେହି ଗ୍ରାମର ଦୀପକ ଦେହୁରୀ (୨୨)କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗୁରୁବାର ଦିନ ପ୍ରାୟ ୧୧ଟାରେ ଶିଶୁକନ୍ୟାର ମା’ ଅସୁସ୍ଥତା ଯୋଗୁଁ ଘରେ ଶୋଇଥିବାବେଳେ ବାପା ଗାଧୋଇବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଘର ପାଖରେ ଖେଳୁଥିବା ଶିଶୁକନ୍ୟାକୁ ପ୍ରଲୋଭିତ କରି ନିକଟସ୍ଥ କୋଠ ଘରକୁ ନେଇ ଦୁଷ୍କର୍ମ କରିଥିଲା । ଶିଶୁଟି ଏ ସମ୍ପର୍କରେ ଘରେ ବାପା-ମା’ଙ୍କୁ ଜଣାଇବା ପରେ ବାଙ୍କୀ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଏ ନେଇ ବାଙ୍କୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ଗିରଫ କରାଯିବା ପରେ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ଉପଖଣ୍ଡ ପୁଲିସ ଅଧିକାରୀ ପ୍ରସନ୍ନ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking